ବିସିଜେଡି ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ (୧୬ ଅଗଷ୍ଟ ମଙ୍ଗଳବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସହିଦ କଷ୍ଟି ଡାକୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ବାହାଡ଼ ଝୋଲା ଠାରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବାହାଡ଼ ଝୋଲା ,ହରିପୁର , ବେରୁଆଁ ବାରି ଗ୍ରାମ ପଞ୍ଚାୟତ ବିସିଜେଡି ତରଫରୁ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସହ ୩ ଟି ପଞ୍ଚାୟତ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଉଦ୍ଘାଟନ କରିବା ସହ ରକ୍ତଦାନ ର ଆବଶ୍ୟକତା ଓ ମହତ୍ତ୍ଵ ବର୍ଣ୍ଣନା କରିଥିଲେ ।

ତତ୍ ସହିତ ବାହାଡ଼ ଝୋଲା , ବେରୁଆଁ ବାରି, ହରିପୁର ପଞ୍ଚାୟତ ରେ ବୃକ୍ଷ ରୋପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ୧୬ ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମୀନ ଦାସ,ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ପୂର୍ବତନ ବ୍ଲକ୍ ଉପାଦକ୍ଷା ତଥା ନାରୀ ନେତ୍ରୀ ପୁଷ୍ପାଞ୍ଜଳି ସାହୁ, ବ୍ଲକ୍ ଯୁବ ବିଜେଡ଼ି ଉପ ସଭାପତି ସଞ୍ଜୀବ କୁମାର ଡାକୁଆ,

ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ସୁଶାନ୍ତ କୁମାର ପଢିଆରୀ,ମୁରଲୀ ଜେନା,ଫରେଷ୍ଟର ସନାତନ ସ୍ବାଇଁ ଙ୍କ ସମେତ ୩ ଟି ପଞ୍ଚାୟତ ର ସରପଞ୍ଚ ,ସମିତି ସଭ୍ୟ, ସଭ୍ୟା ଏବଂ ନେତୃବୃନ୍ଦ ବୃକ୍ଷ ରୋପଣ କରିଥିଲେ । ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ର ୭୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ନୂଆଗାଁ ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ର ବିସିଜେଡି ତରଫରୁ ଆୟୋଜିତ ହେଉଥିବା ରକ୍ତଦାନ ଶିବିର ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ଜନ ସାଧାରଣ ରେ ପ୍ରଶଂସା କରାଯାଇଛି ।

Exit mobile version