
ଓଡ଼ିଶା ତାଜା ନ୍ୟୁଜ (୧୬ ଅଗଷ୍ଟ ମଙ୍ଗଳବାର ) ବୈପାରିଗୁଡା :- ବୈପାରିଗୁଡା ବ୍ଳକ ପରିସର ଭିତରେ ନୂତନ ଭାବେ ନିର୍ମାଣ କରାଯାଇଥିବା ମିଶନ ଶକ୍ତିର କାଫେ କୁ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା ଉଦଘାଟନ କରିଥିବାର ଜଣାଯାଇଛି । ସ୍ୱାଧୀନତାର ୭୫ ତମ ଅମୃତ ମହୋତ୍ସବ ଉତ୍ସବ ପାଳନ କରିବା ସହ ସ୍ୱାଧୀନତା ଦିବସ ଅବସରରେ ଏହି କାଫେ ଗୃହକୁ ଉଦଘାଟନ କରାଯାଇଛି । ମିଶନ ଶକ୍ତି ତରଫରୁ ଏସଏଚଜି ଜୟ ଗଣେଶ ଏହି କାଫେ ଚଲାଇବା ନେଇ ସ୍ଥିର ହେବା ପରେ ତାଙ୍କୁ ଏହି ଗୃହ ପ୍ରଦାନ କରାଯାଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ବୈପାରିଗୁଡା ସିଡିପିଓ ଜି.ସିତା କୁମାରୀ ।

