ଲଗାଣ ବର୍ଷାରେ ଭୁଷୁଡିଲା କାନ୍ଥ : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଳକର ବିଭିନ୍ନ ସ୍ଥାନରେ କ୍ରମାଗତ ଭାବେ ତିନି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷାରେ ବହୁ କ୍ଷୟକ୍ଷତି ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସହରର ୨ଟି ନଦୀରେ ବନ୍ୟାଜଳ କୂଳ ଲଙ୍ଗିବାରେ ଲାଗିଛି । ନଦୀକୂଳିଆ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ରବିବାର ଦିନ ଲଗାଣ ବର୍ଷାରେ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ଅଧିନ ନାରଙ୍ଗୀ ଗ୍ରାମର ବୁଦ୍ଧିଆ ନାୟକଙ୍କ ଘର କାନ୍ଥ ଭୂଷୁଡ଼ି ହୋଇ ଯିବା ଫଳରେ ୨ଟି ସାଇକଲ ମାଟିତଳେ ଚାପି ହୋଇ ରହିଯିବା ସହିତ ଘର ଲୋକ ଅଳ୍ପକେ ବର୍ତ୍ତୀ ଯାଇ ଛନ୍ତି । ଖବର ପାଇ ଚାନ୍ଦିପୁଟ ରାଜସ୍ୱ ନିରୀକ୍ଷକ ସାଗର ଦଳେଇ କହିଛନ୍ତି ସରକାରୀ ନିୟମ ଅନୁଯାୟୀ ସୋମବାର ଦିନ ସାହାଯ୍ୟ ଯୋଗାଇ ଦିଆଯିବ କହିଛନ୍ତି ।

Exit mobile version