ଲଗାଣ ବର୍ଷାରେ ହରଭଙ୍ଗି ନଦୀରେ ଭାସିଗଲା ଅସ୍ଥାୟୀ ପୋଲ : ୪ ଖଣ୍ଡ ଗାଁକୁ ଯୋଗାଯୋଗ ବିଛିନ୍ନ – ଫସି ରହିଛନ୍ତି କଲେଜ ଛାତ୍ରୀ

ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ସୋମବାର ) ପାରଳାଖେମୁଣ୍ଡି :- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ୨ଦିନ ଧରି ଲଗାଣ ବର୍ଷା ଲାଗିରହିଛି । ଲଗାଣ ବର୍ଷାର ପ୍ରଭାବରେ ହରଭଙ୍ଗି ନଦୀର ଜଳ ସ୍ତର ବୃଦ୍ଧି ପାଇ ମୋହନା ନାରାୟଣ ନଗର ନିକଟରେ ବହି ଯାଉଥିବା ଏକ ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି । ଫଳରେ ମୋହନା ଠାରୁ ସଂଲଗ୍ନ କରୁଥିବା ବଢ଼େଇପୁର, ଗୁଣ୍ଡିରିଗୁଡା,

ନୂଆସାହି ଓ ଧନୁପଙ୍କ ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ସକାଳୁ କଲେଜ ଛାତ୍ରୀମାନେ କଲେଜକୁ ପାଠ ପଢିବା ପାଇଁ ଯାଇ ଆଉ ଗାଁକୁ ଫେରି ନ ପାରି ଫସି ରହିଛନ୍ତି । ସେପଟେ ମୋହନା ବସଷ୍ଟାଣ୍ଡ ସାଇଡୱାଲ ଭାଙ୍ଗି ଯାଇଥିବା ବେଳେ ମୋହନା ନିକଟସ୍ଥ ବାଇଲଝୁକାଙ୍ଗ ଗାଁରେ ଜଣକ ଘର ଭାଙ୍ଗି ଯାଇଛି । ଲଗାଣ ବର୍ଷାରେ ଅଠରନଳା ନଦୀ ଓ ହରଭଙ୍ଗି ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

Exit mobile version