ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ବିଜେପି ଓ ବିଏସ୍‌ଏଫ୍ ଯବାନଙ୍କ ପକ୍ଷରୁ ୧୦୦ ଫୁଟ ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା

ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ସୋମବାର ) ବୈପାରିଗୁଡା :- ସମଗ୍ର ଭାରତ ବର୍ଷରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ସ୍ୱାଧୀନତା ଦିବସ ଦିନ ହିଁ ବୈପାରିଗୁଡା ବ୍ଲକ ରାମଗିରି ଠାରେ ବିଜେପି , ସ୍ଥାନୀୟ ୧୫୧ ବିଏନ ବିଏସଏଫ ଯବାନ ଓ ବିଦ୍ୟାଳୟର ଛାତ୍ରୀଛାତ୍ରୀ ମାନଙ୍କ ମିଳିତ ଉଦ୍ୟମରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ୧୦୦ ଫୁଟ ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ତିନି ଧରି ବୈପାରିଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ସ୍ତରରେ ଚାଲୁଥିବା ଏହି ଅମୃତ ମହୋତ୍ସବର ଶେଷ ଦିବସରେ ରାମଗିରି ଠାରେ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ରାମଗିରି ବିଏସ୍‌ଏଫ୍ କ୍ୟାମ୍ପ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା ।

ଏହି ଶୋଭାଯାତ୍ରାରେ ଦେଶର ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତି ଅବସରରେ ୧୦୦ ଫୁଟ ଲମ୍ବର ତ୍ରିରଙ୍ଗା ପତାକା ଧରି ସମସ୍ତେ ସାମିଲ ହୋଇଥିଲେ । ବନ୍ଦେ ମାତରଂ ଜୟ ହିନ୍ଦ୍ , ଦେଶ କି ସାନ୍ ତ୍ରିରଙ୍ଗା ଆଦି ନାରାରେ କମ୍ପି ଉଠିଥିଲା ରାମଗିରି ଗ୍ରାମ । ରାମଗିରି ସ୍ଥିତ ୧୫୧ ବିଏନ ବିଏସ୍‌ଏଫ୍ ଯବାନ, କୋରାପୁଟ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ରଥ,ଜିଲ୍ଲା ଯୁବମୋର୍ଚ୍ଛା ସମ୍ପାଦକ ସନ୍ତୋଷ କୁମାର ନାୟକ,

ବୈପାରିଗୁଡା ମଣ୍ଡଳ ସଭାପତି ଉମେଶ ପଟ୍ଟନାୟକ, ସାଧାରଣ ସମ୍ପାଦକ ସି.ଏଚ ପ୍ରଭାକର ରାଓ, ପଂଚାୟତ ସଭାପତି ଜଗେଶ୍ୱର ସମରଥ, ରାମଗିରି ସରପଂଚ କୁମୁନ ମୁଦୁଲ, ମହୋନ ଖରା,ରୁନା ଦୋରା, ଜିତେନ୍ଦ୍ର ବାଗଦିରିଆ, ମନୁ ନାୟକ, ସୁରୋନ୍ଦ୍ର ହରିଜନ, ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଟାନ, ସମେତ ବିଭିନ୍ନ ବର୍ଗର ଜନସାଧାରଣ ହର୍ଷ ଉଲ୍ଲାସରେ ଭାରତର ଜୟ ଧ୍ୱନୀ କରି ଶୋଭାଯାତ୍ରାରେ ସାମିଲ ହୋଇ ନିଜକୁ ଗୌରବାନ୍ୱିତ ମଣିଥିଲେ । ଦେଶାତ୍ମବୋଧକ ଗୀତର ତାଳେ ତାଳେ ଶୋଭାଯାତ୍ରା ଟି ରାମଗିରି ସହର ପରିକ୍ରମା କରିଥିଲା ।

Exit mobile version