
ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୩ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ୭୬ତମ ପବିତ୍ର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାରାରାଜ୍ୟରେ ପରିକ୍ରମା କରିବାକୁ ଥିବା ଭ୍ରାମ୍ୟମାଣ ଭିଡ଼ିଓ ରଥ ଅଭିଯାନ ‘ଅହିଂସା ରଥି’ର ଶୁଭାରମ୍ଭ କରିଛନ୍ତି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମହାତ୍ମାଙ୍କ ବାର୍ତ୍ତା ସହ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ମହାନ ଅବଦାନ ସଂପର୍କରେ ସୂଚନା ପ୍ରଦାନ କରୁଥିବା ଅହିଂସା ରଥ ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରିବ । ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ‘ଅହିଂସା ମଣିଷର ସବୁଠୁ ବଡ଼ ଶକ୍ତି । ମଣିଷ ନିଜର ବୁଦ୍ଧିମତା ବଳରେବିକାଶ କରିଥିବା ସବୁଠାରୁ ଶକ୍ତିଶାଳୀ ବିଧ୍ୱଂସୀ ମାରଣାସ୍ତ୍ର ଅପେକ୍ଷା ଆହୁରି ବେଶୀ ଶକ୍ତିଶାଳୀ ।’ ଏହି ଅହିଂସା ରଥଗୁଡ଼ିକରେ ସ୍ଥାନିତ ହୋଇଛି । ଏଥିସହ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ ‘ଦାରିଦ୍ର୍ୟ ଓ ସାମାଜିକ ଅବିଚାର ସବୁଠାରୁ ବଡ଼ ହିଂସା ।
