ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ସୋମବାର ) ଭୁୁବନେଶ୍ୱର :- ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବା ସମୟରେ ଆମଦେଶର ସ୍ୱାଧୀନତା ସଂଗ୍ରାମ ସମୟର ଦେଶବାସୀଙ୍କ ଅବଦାନ ସମ୍ବନ୍ଧରେ ଯୁବପିଢି ଜାଣିବାର ଆବଶ୍ୟକତା ରହିଛି । ସ୍ୱାଧୀନତା ସଂଗ୍ରାମ ସମଗ୍ର ଦେଶର ଲୋକଙ୍କ ମନରେ ଭରି ଦେଇଥିଲା । ଆମର ଇତିହାସରେ ସମସ୍ତ ବୀର ସହିଦମାନଙ୍କୁ ଏପର୍ଯ୍ୟନ୍ତ ସ୍ଥାନ ଦିଆଯାଇପାରି ନାହିଁ । ବିସ୍ତୃତ ଗର୍ଭରେ ଲୁଚି ଯାଇଥିବା ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସମ୍ବନ୍ଧରେ ବର୍ତ୍ତମାନ ବିଶଦଭାବେ ଆଲୋଚନା ହେବାର ଆବଶ୍ୟକତା ରହିଛି ବୋଲି ବିଶିଷ୍ଟ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ସ୍ଥାନୀୟ ବୁଦ୍ଧମନ୍ଦିର ଠାରେ ତୁଷାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପୂର୍ତ୍ତି ଅବସରରେ ଏକ କବିତା ଆସର ଏବଂ ସମ୍ବର୍ଦ୍ଧନା ସଭା ମହା ଆଡ଼ମ୍ବରରେ ପାଳନ କରାଯାଇଛି ।

ଏହି ସଭାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଉଦ୍ଘାଟକ, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ୱାଧୀନତାର ୭୫ ବର୍ଷ ଅବସରରେ ଆମ ଜାତୀୟ ପତାକା ଏବଂ ଦେଶର ସମ୍ବିଧାନ ପ୍ରତି ପ୍ରତ୍ୟେକ ନାଗରିକଙ୍କ ମନରେ ସମ୍ମାନବୋଧ ଜାଗ୍ରତ ହେବାର ଆବଶ୍ୟକତା ଅଛି ବୋଲି କହିଥିଲେ । ଏଥିରେ ଏଫ୍.ଏନ୍.ସି. କ୍ଲବର ଉପସଭାପତି ଅଦିତ ପ୍ରସାଦ ସାହୁ, ସମାଜସେବୀ ପରମେଶ୍ୱର ଦାସ, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିକାଶ ଚନ୍ଦ୍ର ପଟ୍ଟନାୟକ, ଶିବିର କୁମାର ପରିଡ଼ା, ସଭାପତି ଜିତେନ୍ଦ୍ର ଜେନା ଓ ସମ୍ପାଦକ ବିବେକାନନ୍ଦ ବାରିକ ସଦସ୍ୟ ସଂଗ୍ରାମ ଜେନା ଓ ମାନସ ନାୟକ ପ୍ରମୁଖ ଯୋଗଦେଇ ଏହି ଟ୍ରଷ୍ଟର ଦୀର୍ଘ ୧୫ବର୍ଷର ଲମ୍ବାପଥ ଅତିକ୍ରମ ମଧ୍ୟରେ ସମାଜର ବିଭିନ୍ନ କ୍ଷେତ୍ରରେ ତାର ସେବା ଚଳାଇ ରଖିଛି ।
