ଆସୁଛି ଭୟଙ୍କର ବନ୍ୟା : ଆତଙ୍କିତ ଦୟା ଏବଂ ରାଜୁଆ ନଦୀକୁଳ ବାସୀ !

ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ସୋମବାର ) ଖୋର୍ଦ୍ଧା-ଜଟଣୀ  :- ନବ ନିର୍ମିତ ନଦୀ ବନ୍ଧରେ ଫାଟ ! ନିଦ ହଜାଇ ଦେଇଛି ଅବିଭକ୍ତ ପୁରୀ ଜିଲ୍ଲାର କଣାଷ , ଡେଲାଙ୍ଗ , ଖୋର୍ଦ୍ଧା ଓ ଜଟଣୀ ବ୍ଲକ ବାସୀଙ୍କର ! ବିପଦ ପୂର୍ଣ୍ଣ ଅବସ୍ଥାରେ ନଦୀବନ୍ଧ , ଦିନ ରାତି ଜଗି ରହିଛନ୍ତି ଅଞ୍ଚଳବାସୀ କିନ୍ତୁ ବିଭାଗୀୟ ଅଧିକାରୀ ଙ୍କ ଦେଖା ନାହିଁ । ଆସୁଥିବା ସମ୍ଭାବ୍ୟ ବନ୍ୟାରେ ରାଜ୍ୟର ପ୍ରାୟ ଅନେକ ନଦୀ ଏବେ ବିପଦ ସଙ୍କେତ ଉପରେ ଅତିବାହିତ ହେଉଛି । ଯାହା ଫଳରେ ନଦୀ କୂଳରେ ବସବାସ କରୁଥିବା ଅଞ୍ଚଳ ବାସୀଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ସୃଷ୍ଟି କରିବା ସହିତ ଆଖିରୁ ନିଦ ହାଯାଇଦେଇଛି ।

ଏହି ସମ୍ଭାବ୍ୟ ବର୍ଷା ଓ ବନ୍ୟାକୁ ଦେଖି ସରକାର ଏବଂ ବିଭାଗୀୟ ଅଧିକାରୀ ସଜାଗ ରହିଥିବା କହୁଥିବା ବେଳେ ଅବିଭକ୍ତ ପୁରୀ ଜିଲ୍ଲାରେ ଅତିବାହିତ ହୋଇଥିବା ଦୟା ଓ ରାଜୁଆର ଉତ୍ପତ୍ତି ସ୍ଥଳ ଜଟଣୀ ବ୍ଲକର ତିରିମଲ ଠାରୁ କଣାସ ବ୍ଲକର ହଳଦିଆ ପଡ଼ା ପର୍ଯ୍ୟନ୍ତ ଲମ୍ବୀ ଥିବା ଏହି ନଦୀ ବନ୍ଧରେ ପ୍ରତିବର୍ଷ ବନ୍ୟା ସମୟରେ ଘାଇ ଓ ଘଳିଆ ଏକ ନୀତି ଦିନିଆ କଥାରେ ପରିଣତ ହୋଇଛି।

ସେହିପରି ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ବେଶ ରୋଜଗାର ର ପନ୍ଥା ସାଜିଛି।ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଗତ ଦୁଇ ହଜାର କୋଡିଏ ଅଗଷ୍ଟ ମାସ ବନ୍ୟାରେ ଏହି ଦୟା ଓ ରାଜୁଆ ନଦୀର ଉତ୍ପତ୍ତି ସ୍ଥଳ ତିରିମଲ ଠାରେ ପ୍ରାୟ ଶହେ ମିଟର ଲମ୍ବର ଘାଇ ହୋଇ ଅବିଭକ୍ତ ପୁରୀ ଜିଲ୍ଲାର ଜଟଣୀ , ଖୋର୍ଦ୍ଧା , ଡେଲାଙ୍ଗ ଓ କଣାସ ଅଞ୍ଚଳରେ ନାହିଁ ନ’ଥିବା କ୍ଷତି କରିଥିଲା ।

ଏବେ ସେଠାରେ ବନ୍ଧ ମରାମତି ହୋଇଛି ସତ, କିନ୍ତୁ ମାତ୍ର ତିନିମାସ ତଳେ ନିର୍ମାଣ ହୋଇଥିବା ଏହି ବନ୍ଧରେ ଏବେ ଫାଟ ସୃଷ୍ଟି ହୋଇଛି ଯାହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଅକ୍ଷୟ ବେହେରା ଙ୍କୁ ଯୋଗାଯୋଗ କରିବାରେ ସେ’କହିଥିଲେ ଯେ’ବନ୍ଧଟି ବିପଦପୂର୍ଣ୍ଣ ଅଛି ଏବଂ ବନ୍ଧ କାମ ସନ୍ତୋଷ ଜନକ ହୋଇ ନ’ଥିବାରୁ ଠିକାଦାରଙ୍କ ବିଲ ମଧ୍ୟ ବନ୍ଦ ରହିଛି।ବିଭାଗ ସେଥିପ୍ରତି ଦୃଷ୍ଟି ରଖିଛି।ହେଲେ ବେଳ ଥାଉ ଥାଉ ବିଭାଗୀୟ ଅଧିକାରୀ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ’କଲେ ୨୦୨୦ ମସିହାର ପୁନରାବୃତ୍ତି ନିଶ୍ଚିତ ଏଥିରେ ସନ୍ଦେହ ନାହିଁ ।

Exit mobile version