ମାଓ ପ୍ରବଣ ତେନ୍ତୁଳିଗୁମ୍ମା ଠାରୁ ପ୍ରଶାସନ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ରବିବାର ) ବୈପାରିଗୁଡା :- ଭାରତର ସ୍ୱାଧୀନତା ପ୍ରାପ୍ତିର ପଂଚସ୍ତରୀ ବର୍ଷ ପୂର୍ତି ଉପଲକ୍ଷେ ସାରା ଭାରତରେ ଆଜାଦି କି ଅମୃତ ମହୋତ୍ସବ ପାଳିତ ହେଉଥିବା ବେଳେ ବୈପାରିଗୁଡା ପ୍ରଶାସନ ତରଫରୁ ବୈପାରିଗୁଡା ବ୍ଲକର ମାଓ ପ୍ରବଣ ଅଂଚଳରେ ରହିଥିବା ଦେଶର ଜନକ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ପୀଠ ତେନ୍ତୁଳିଗୁମ୍ମା ଠାରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବାର ଜଣାପଡିଛି । ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା , ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତିକ ପାଢୀ,

ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ଦୋରାଗୁଡା ସମିତିସଭ୍ୟ ତ୍ରିଲୋଚନା ଜେନା, ହଳଦୀକୁଣ୍ଡ ସମିତିସଭ୍ୟ ବିଭୀଷଣ ହନ୍ତାଳ, ପିଇଓ ଗତିକୃଷ୍ଣ ପାଙ୍ଗି, ବିଜେଡି ବ୍ଲକ ଆବାହକ ହେମନ୍ତ କୁମାର ମହାପାତ୍ର, ପୂର୍ବତନ ସରପଂଚ ବୁନ୍ଦ୍ରା ନାୟକ, ସ୍ଥାନୀୟ ପରପଂଚ ଓ ସମିତିସଭ୍ୟଙ୍କ ସହ ରାମ ନାୟକ, ବୁନ୍ଦ୍ର ଭୁମିଆ, ଭକ୍ତରାମ ଭୁମିଆ ପ୍ରମୁଖ ଉପସ୍ଥିତ ରହିଥିଲେ । ବିଏସଏଫ ଯବାନ, ପ୍ରଶାସନିକ ଅଧିକାରୀ, ଲୋକପ୍ରତିନିଥି, ନେତା , ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ତେନ୍ତୁଳିଗୁମ୍ମା ଗ୍ରାମ ପରିକ୍ରମା କରିବା ସହିତ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।

ଜାତୀୟ ସ୍ୱାଭିମାନ ଦେଶର ତ୍ରିରଙ୍ଗାର ଟେକ ରଖିବା ଦେଶର ପ୍ରତି ନାଗରିକଙ୍କ କର୍ତିବ୍ୟ । ଏହି କର୍ତିବ୍ୟକୁ ଆଜି ପାଳନ କରି ଅଂଚଳର ଅଗଣିତ ନରନାରୀ ଏକାକାର ହୋଇ ଜାତୀୟ ଭାବଧାରାରେ ନିଜକୁ ସାମିଲ କରି ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ଅନ୍ୟ ମାନଙ୍କୁ ଘର ଆଗରେ ତ୍ରିରଙ୍ଗା ଲଗାଇବା ନେଇ ପରାମର୍ଶ ମଧ୍ୟ ଦେଇଥିଲେ । ଲଗାଣ ବର୍ଷା ଫଳରେ ବୈପାରିଗୁଡା ଠାରେ ହେବାକୁ ଥିବା ବିରାଟ ଶୋଭାଯାତ୍ରା ପ୍ରଶାସନ ତରଫରୁ ବନ୍ଦ କରାଯାଇଥିବାର ଜଣାପଡିଛି ।

Exit mobile version