ନୟାଗଡ ଜିଲ୍ଲାର ସଂଗରୋଧ କେନ୍ଦ୍ରରୁ 80 ପ୍ରବାସୀ ମୁକ୍ତ – ନୟାଗଡ ଜିଲ୍ଲା ରେ ନୂଆ କରୋନା ଆକ୍ରାନ୍ତ 13 ଚିହ୍ନଟ ସହ ମୋଟ ସଂଖ୍ୟା ଜିଲ୍ଲାରେ 45ହେଲା ।

ଓଡିଶା ତାଜା ନ୍ୟୁଜ୍‌ ( ୨୪ ମଇ, ରବିବାର ) ନୟାଗଡ ଜିଲ୍ଲାର ସଂଗରୋଧ କେନ୍ଦ୍ରରୁ 80 ପ୍ରବାସୀ ମୁକ୍ତ :- ନୟାଗଡ ଜିଲ୍ଲାର ବିଭିନ୍ନ ସଂଗରୋଧ କେନ୍ଦ୍ରରେ ବର୍ତମାନ ଜିଲ୍ଲା ପ୍ରଶାସନ ର ସୁପରିଚାଳନାରେ ବହୁ ପ୍ରବାସୀ ଆସି ରହିଛନ୍ତି ତେବେ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲର ବିଭିନ୍ନ କ୍ଯୁରେଣ୍ଟାଇନ ସେଣ୍ଟରରେ ଗତ ମାସ 30 ତାରିଖ ରୁ ରହୁଥିବା 80 ଜଣ ପ୍ରବାସୀ ଙ୍କୁ ସଙ୍ଗରଧ କେନ୍ଦ୍ର ରୁ ମୁକ୍ତ କରାଯାଇଛି

ଏଠାରେ ସୂଚନା ଯୋଗ୍ୟ ସମଗ୍ର ନୟାଗଡ  ଜିଲ୍ଲା ରେ 445 ସଙ୍ଗାରଧ କେନ୍ଦ୍ର ଥିବାବେଳେ ତନ୍ମଧ୍ୟରୁ 109 ସଂଗରୋଧ କେନ୍ଦ୍ରରେ ବର୍ତମାନ ସୁଦ୍ଧା 3,620 ଜଣ ପ୍ରବାସୀ ଅଛନ୍ତି ଏହା ମଧ୍ୟ ଜଣା ପଡିଛିଯେ  ଗତକାଲି ସୁଦ୍ଧା 150 ପ୍ରବାସୀ ଜିଲ୍ଲା ପ୍ରଶାସନ ସହାୟତାରେ ଜିଲ୍ଲାକୁ ବିଭିନ୍ନ ସ୍ଥାନରୁ ଫେରିଛନ୍ତି

ନୟାଗଡ ଜିଲ୍ଲା ରେ ବେଳକୁ ବେଳ କରୋନା  ଆକ୍ରାନ୍ତ ସଂଖ୍ୟା ବଢ଼ିବା ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ର ଲାଠିପଡାରୁ 4, ଇଟାମାଟି ରୁ 7, ମଧ୍ୟଖଣ୍ଡ ରୁ 2 ସହ ଆକ୍ରାନ୍ତଙ୍କ  ସଂଖ୍ୟା ନୂଆ  13ହୋଇଥିବାବେଳେ ଜିଲ୍ଲାରେ ମୋଟ ସଂଖ୍ୟା 45 ରେ ପହଁଚିଛି । ରିପୋର୍ଟ – ରାମକୃଷ୍ଣ ରଥ

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version