ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ନୂଆଗାଁରେ : ଦେଶପ୍ରେମର ଏକ ଭାବବିହ୍ଵଳ ପରିବେଶ – ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ରବିବାର ନୂଆଗାଁ :- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ, ନୟାଗଡ଼ ନୂଆଗାଁ ବ୍ଲକ ସଦରମହକୁମା ଠାରେ ଦେଶ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଏଭଳି ଦୃଶ୍ୟରେ ଦେଶପ୍ରେମର ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା । ନୟାଗଡ଼ ଦେଶପ୍ରେମ ସଂଗୀତ ସାଙ୍ଗକୁ ଦେଢ଼ଶହ ମିଟରର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ଶତାଧିକ ଲୋକେ । ଏହି କାର୍ଯ୍ୟକ୍ରମରେ ୧୫୦ ମିଟର ବିଶିଷ୍ଟ ଏକ ତ୍ରିରଙ୍ଗାକୁ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଧରି ନୂଆଗାଁ କଲେଜ ଠାରୁ କାଚପଲ୍ଲୀ, ଉଠାଣିସାହି, ଗଦାଧରପୁର, ନୂଆସାହି ଏବଂ ନୂଆଗାଁ ଗ୍ରାମ ପରିକ୍ରମା କରିବା ସହ ଶହିଦ୍ କଷ୍ଟି ଡାକୁଆଙ୍କର ବଳିଦାନ ପୀଠ ପର୍ଯ୍ୟନ୍ତ ଉତ୍ସାହର ସହ ଆସିଥିଲେ ।

ଏହି ତ୍ରିରଙ୍ଗା ଶୋଭାଯାତ୍ରା ଚାଲିଥିବା ସମୟରେ ପ୍ରବଳ ବର୍ଷା ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଏବଂ ଅତିଥିମାନେ ଦେଶ ଭକ୍ତିରେ ବର୍ଷାକୁ ଖାତିର କରିନଥିଲେ । ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ଦେଶର ଯବାନ ଓ କିଷାନଙ୍କୁ ସମ୍ମାନ ଜଣାଇବା ଉଦେଶ୍ୟରେ ଭାରତୀୟ ସେନାର ଅବସରପ୍ରାପ୍ତ ଅଧିକାରୀ ଭେଟେରାନ ଉମେଶ କୁମାର ଚଇନି, ଆଦର୍ଶ କୃଷକ ପ୍ରକାଶ କୁମାର ସାହୁ ଏବଂ ଅରୁଣ କୁମାର ଗୋଚ୍ଛାୟତ ତ୍ରିରଙ୍ଗା ପତାକା ଉଡାଇ ଏହି ତ୍ରିରଙ୍ଗା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ବିଶିଷ୍ଠ ଅତିଥି ଭାବେ ନୂଆଗାଁ ତହସିଲଦାର ପ୍ରଳୟାନନ୍ଦ ଶତପଥି, ବିଡିଓ ପ୍ରମୋଦ କୁମାର ନାୟକ, ନୂଆଗାଁ ଡିଗ୍ରୀ କଲେଜ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ସେବା ସମିତି ବରିଷ୍ଠ ସଦସ୍ୟ ଧନେଶ୍ୱର ସାହୁ, ସେବା ସମିତି ଉପଦେଷ୍ଠା ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ନିଜର ବକ୍ତବ୍ୟ ରଖିବା ସହ ଏହା ନୂଆଗାଁ ପାଇଁ ଏକ ଗୌରବର ଦିନ ବୋଲି ମତ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଆଜିର କାର୍ଯ୍ୟକ୍ରମକୁ ଯୁବସାମ୍ବାଦିକ ବିଶ୍ୱଜିତ ଖଣ୍ଡୁଆଳ, ପୂର୍ବତନ ସରପଞ୍ଚ ଶରତ ଚନ୍ଦ୍ର ସ୍ବାଇଁ, ଅବସରପ୍ରାପ୍ତ ଶିକ୍ଷକ ମଦନମୋହନ ପ୍ରଧାନ, ସମାଜସେବୀ ଭଜମନ ପରିଡା, ପରମେଶ୍ବର ସାହୁ,ବସନ୍ତ ପଟ୍ଟନାୟକ, ସୌମ୍ୟ ରଂଜନ ପ୍ରଧାନ,ସଂଜୟ କୁମାର ନାୟକ,ଅମିତ କୁମାର ପ୍ରମୁଖ ପରିଚାଳନା କରିଥିଲେ । ଏହି ଶୋଭାଯାତ୍ରାରେ ନୂଆଗାଁ ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ପୁଲିସ, ଅଗ୍ନିଶମ ବାହିନୀ, ବ୍ଲକ ପ୍ରଶାସନ ପ୍ରମୁଖ ସାମିଲ ହୋଇଥିଲେ ।

 

Exit mobile version