କନ୍ଧନୟଗଡ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଓଭର ବ୍ରିଜ ନିର୍ମାଣ ପାଇଁ ସ୍ଥାନ ନିର୍ଦ୍ଧାରଣ – ରଣପୁର

ଓଡିଶା ତାଜା ନ୍ୟୁଜ୍‌ (୨୩ ତାରିଖ ୨୦୨୦ ,ଶନିବାର) ) କନ୍ଧନୟଗଡ ୧୬ ନମ୍ବର ଜାତୀୟ ରାଜପଥ :- କନ୍ଧନୟଗଡ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଓଭର ବ୍ରିଜ ନିର୍ମାଣ ପାଇଁ ସ୍ଥାନ ନିର୍ଦ୍ଧାରଣ ।
ବହୁଳ ମାତ୍ରାରେ ସଡକ ଦୁର୍ଘଟଣା ହେଉଥିବା ଟାଙ୍ଗୀ ଚାନ୍ଦପୁର ରାଜ ପଥ ସଂଯୋଗ କରୁଥିବା ୧୬ ନମ୍ବର ଜାତୀୟ ରାଜପଥ ଉପରେ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ଆଜି ଖୋର୍ଦ୍ଧା ବିଧାୟକ ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ ସ୍ଥିତି ଆକଳନ ଓ ସ୍ଥାନ ନିର୍ଦ୍ଧାରଣ କରିଥିବା ଅବସରରେ । ଟାଙ୍ଗୀ ଚାନ୍ଦପୁର ଓଭର ବ୍ରିଜ ନିର୍ମାଣ ପାଇଁ ସ୍ଥାନ ନିର୍ଦ୍ଧାରଣ ।

ଖୋର୍ଦ୍ଧା, ବ୍ରହ୍ମପୁର ,ଚାନ୍ଦପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥକୁ କନ୍ଧନୟଗଡ ଠାରେ ସଂଯୋଗ କରିଥିବା ଟାଙ୍ଗୀ ରାଜ୍ୟ ରଜପଥର ସଙ୍ଘମ ସ୍ଥଳୀ ସମୂଖରେ ବାରମ୍ବାର ସଡକ ଦୁର୍ଘଟଣା ଘଟୁଥିବାରୁ ରଣପୁର ବିଧାୟକ ଶୀ ସତ୍ୟନାରାୟଣ ପ୍ରଧାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ ଏବଂ ସେଠାରେ ଏକ ଓଭର ବ୍ରିଜ ନିର୍ମାଣ କରାଇବା ପାଇଁ ଦାବି କରି ଆସୁଥିଲେ ଆଜି ଏହି ସ୍ଥାନ ପରିଦର୍ଶନ କରିବା ନିମନ୍ତେ ସ୍ଥାନୀୟ ଖୋର୍ଦ୍ଧା ବିଧାୟକ ଶ୍ରୀ ଜ୍ୟୋତିରିନ୍ଦ୍ରନାଥ ମିତ୍ର ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ରଣପୁର ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନ ବିଭାଗୀୟ ଅଧିକାରୀଙ୍କ ସହିତ ସ୍ଥିତି ଅନୁଧ୍ୟାନ କରି ଓଭର ବ୍ରିଜ ପାଇଁ ସ୍ଥାନ ନିର୍ଦ୍ଧାରଣ କରିଛନ୍ତି ।

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version