ଆଜାଦି କା ଅମୃତ ମହୋତ୍ସବରେ ମହାପୁରୁଷଙ୍କ ଫଟୋ ପ୍ରଦର୍ଶନ

ଓଡ଼ିଶା ତାଜା ନ୍ୟୁଜ (୧୩ ଅଗଷ୍ଟ ଶନିବାର ) କଳାହାଣ୍ଡି :- କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜାଦି କା ଅମୃତ ମହୋତ୍ସବ ଅବସରରେ ଗାଁ ରୁ ସହର ସବୁଠି ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଏହି କ୍ରମରେ ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ ସରସ୍ଵତୀ ଶିଶୁ ମନ୍ଦିର ଠାରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସ୍ଵାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଫଟୋ ପ୍ରଦର୍ଶନ କରାଯାଇଛି । ବିଦ୍ୟାଳୟ ପ୍ରଧାନାଚାର୍ଯ୍ୟ ହେମନ୍ତ କୁମାର ଭୋଇଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ଯାଏଁ ଭାଇ, ଭଉଣୀମାନେ ଅଂଶ ଗ୍ରହଣ କରିଥିଲେ ।

ଆଚାର୍ଯ୍ୟ ପବିତ୍ର ମୋହନ ଛୁରିଆ, ଜୟଶଙ୍କର ରାଉତ, ବିମଳ ନାଏକ, ରମେଶ ଚନ୍ଦ୍ର ତ୍ରିପାଠୀ, ଛବିରାମ ତାଣ୍ଡି, ପ୍ରଦୀପ କୁମାର ଗଉଡ, ସରୋଜ ନାଏକ, ଜିତେନ୍ଦ୍ର ଗଉଡ, ଗୁରୁମା ସୁବେଦିତା ନାଏକ, ମାନସୀ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତ୍ୟେକ ଘରେ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକା ଲାଗିବା ସହ ସ୍ଵାଧୀନତା ଦିବସରେ ବିଦ୍ୟାଳୟ ପରିସରରେ ୭୫ ଗୋଟି ମାଟି ଦୀପ ପ୍ରଜ୍ବଳନ ପୂର୍ବକ ୭୫ ଜଣ ଭାଇଭଉଣୀ ଜାତୀୟ ସଂଗୀତ ଓ ବନ୍ଦେ ମାତରଂ ଗାନ କରିବେ ବୋଲି ପ୍ରଧାନାଚାର୍ଯ୍ୟ ଶ୍ରୀ ଭୋଇ ସୂଚନା ଦେଇଛନ୍ତି ।

 

Exit mobile version