ନୟାଗଡ ବିଶ୍ୱସ୍ଥରୀୟ ବଲାଂଗୀବନ୍ଧପାର୍କର ନିର୍ମାଣ ସ୍ଥଳିରେ ନିର୍ମାଣର ଉଚ୍ଚ ସ୍ତରୀୟ ସମୀକ୍ଷା କଲେ – ମନ୍ତ୍ରୀ ଅରୁଣ

ଓଡିଶା ତାଜା ନ୍ୟୁଜ୍‌ (୨୩ ତାରିଖ ୨୦୨୦ ,ଶନିବାର) ) ନୟାଗଡ଼ :- ବିଶ୍ୱସ୍ଥରୀୟ ବଲାଂଗୀବନ୍ଧପାର୍କର ନିର୍ମାଣ ସ୍ଥଳିରେ ନିର୍ମାଣର ଉଚ୍ଚ ସ୍ତରୀୟ ସମୀକ୍ଷା କଲେ ମନ୍ତ୍ରୀ ଅରୁଣ କଥାରେ ନୁହେଁ କଥା ସହ କାମରେ ସାମଞ୍ଜସ୍ୟ ନରହିବା, ଉଚ୍ଚାରଣ ଆଚରଣରେ ପ୍ରତିଫଳିତ ନହେବା,ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରି ସମାଜ ସ୍ୱାର୍ଥ ସମ୍ବଳିତ କାର୍ଯ୍ୟରେ ବ୍ୟାହତ ସୃଷ୍ଟି କରୁଥିବା ଉପାଦାନ ଗୁଡିକୁ ବାହାର କରି ସାମଗ୍ରିକ ବିକାଶ ରେ ରୁଚି ରଖି ସାମାଜିକ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଓଡିଶାରେ ସ୍ୱତନ୍ତ୍ର ସୁନାମ ରହିଛି ରାଜ୍ୟ ମନ୍ତ୍ରୀମଣ୍ଡଳର ଲଢୁଆ ମନ୍ତ୍ରୀ ବାବୁ ଅରୁଣଙ୍କର ରାଜ୍ୟ ପାଇଁ ମହତ କାର୍ଯ୍ୟ କରି ରାଜ୍ୟରେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଥିବା ଅରୁଣ ସମଗ୍ର ରାଜ୍ୟ ରେ ନିର୍ବାଚନ ମଣ୍ଡଳୀରେ ଅହରହ ରହି ସାଧାରଣ ଜନତାର ସୁଖ ଦୁଃଖରେ ନିଜକୁ ସାମିଲ କରିବାରେ ଯେ ସର୍ବାଗ୍ରେ ଏକଥା କାହାକୁ ଅଛପା ନାହିଁ ।

ସେଥିରେ କୃଷି ସହ ଉଚ୍ଚଶିକ୍ଷା ତା ସାଙ୍ଗକୁ ପଶୁ ପାଳନ ବିଭାଗ ର କଥା ଏ ଲକଡାଉନ ସମୟରେ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ମଧ୍ୟ ଅଣଦେଖା କରି ନାହାନ୍ତି । ଏହି ସମୟ ମଧ୍ୟରେ ସାମାଜିକ ଦୂରତ୍ୱ ମଧ୍ୟରେ ଆଇନ କାନୁନକୁ ସନମାନ ଦେଇ ନୟାଗଡ ଗସ୍ତ କରି ସାମାଜିକ କାର୍ଯ୍ୟକ୍ରମକୁ ଆଗେଇ ନେବାରେ କାର୍ପଣ୍ୟତା ମଧ୍ୟ ଦୃଷ୍ଟି ଗୋଚର ଏ ପର୍ଯ୍ୟନ୍ତ ହୋଇ ନାହିଁ ତାଙ୍କ ଠାରେ । ରାଜନୀତି ମାଧ୍ୟମରେ ସମାଜସେବାକୁ ଅଗ୍ରାଧିକାର ଦେଉଥିବା ବାବୁ ଅରୁଣ ଆଜି ଏହି କ୍ରମରେ ଛୁଟି ଆସିଥିଲେ ନିଜର ମାନସ ସନ୍ତାନ, ନିଜେ ବ୍ୟକ୍ତିଗତ ଭାବେ ଏଠାରେ ହେଉଥିବା ନିର୍ମାଣର ପ୍ରତ୍ୟେକଟି କାର୍ଯ୍ୟକୁ ତଦାରଖ କରୁଥିବା ନୟାଗଡ ରେ ନିର୍ମାଣାଧୀନ ବିଶ୍ୱ ସ୍ତରୀୟ ବଲାଂଗୀବନ୍ଧ ପାର୍କ ନିର୍ମାଣର ଅଗ୍ରଗତି ସମୀକ୍ଷା କାରବାକୁ ।

ଏହିକ୍ରମରେ ଚାଲି ଚାଲି ପାର୍କ ନିର୍ମାଣର ଆମୁଳଚୁଳ ଅଗ୍ରଗତି ସ୍ଵଚକ୍ଷୁ ରେ ଦେଖିଲେ । ଏହାକୁ ଯୁକ୍ତାତ୍ମକ ଢଙ୍ଗରେ କିପରି ସୁନ୍ଦର ଭାବରେ ଆଗେଇ ନେଇ ହେବ ପରାମର୍ଶ ଦେବା ସହ ଉପସ୍ଥିତ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀ ମାନଙ୍କ ସହ ବିଚାର ବିମର୍ଷ କରି ନିର୍ମାଣ କାର୍ଯ୍ୟକୁ ସ୍ୱବ୍ୟବସ୍ଥିତ ଢଙ୍ଗରେ ଆଗେଇ ନେବାକୁ ନିର୍ଦେଶ ମଧ୍ୟ ଦେଲେ । ଏତେ ବ୍ୟସ୍ତତା ଭିତରେ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ଅନବରତ କାମ କରୁଥିବା ଅରୁଣ ଭାଇ ଙ୍କ ପାଟିର ଭାଷା ସହ ସଫଳ କାର୍ଯ୍ୟକ୍ରମର କୁଶଳୀ ବିନ୍ଧାଣିଙ୍କ ମୁହଁ ରୁ ବାହାରିଥିବା ସେଇ ଐତିହାସିକ ପଦ “ଆମ ପାଇଁ ବଡ, ଆମ ନୟାଗଡ ନୁହେଁ ତ ଆଉ ବା କ’ଣ ହୋଇ ପାରେ ବୋଲି ସମଗ୍ର ନୟାଗଡରେ ମନ୍ତ୍ରୀ ତଥା ନିଜକୁ ନୟାଗଡର ବିଧାୟକ ଭାବେ ସର୍ବଦା ଗର୍ବବୋଧ ରଖୁଥିବା ବାବୁ ଅରୁଣ ଙ୍କ ପ୍ରତି ସାଧାରଣରେ ପ୍ରଂଶସା ଛୁଟିଛି । (ରିପୋର୍ଟ ରାମକୃଷ୍ଣ ରଥ )

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version