
ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଳିସାହି, ଚାହାଳି,ଏବଂ ଢେଙ୍କେଣା ଗ୍ରାମ ପଞ୍ଚାୟତ ର ବିଜୁ ଯୁବ ଓ ଛାତ୍ର ଜନତାଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମାଳିସାହି ପଞ୍ଚାୟତ କାର୍ଯ୍ୟାଳୟ ରେ ଅନୁଷ୍ଠିତ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର କୁ ଉଦ୍ଘାଟନ କରିଥିବା ବେଳେ ଚାହାଳି ଓ ଢେଙ୍କେଣା ପଞ୍ଚାୟତରେ ବୃକ୍ଷ ରୋପଣ କରିଥିଲେ ।

