ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ବାଦଶ କଳା ପରୀକ୍ଷାରେ ରେକର୍ଡ ପରିମାଣ ପରୀକ୍ଷା ଫଳ

ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଶୁକ୍ରବାର ) ପାରଳାଖେମୁଣ୍ଡି :- ଉଚ୍ଚ ମାଧ୍ୟମିକ ପରିଷଦ ଦ୍ବାରା ପ୍ରକାଶ ପାଇଥିବା ଦ୍ଵାଦଶ କଳା ପରୀକ୍ଷାରେ ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନେ ଭଲ ପରୀକ୍ଷା ଫଳ ପ୍ରଦର୍ଶନ କରିଛନ୍ତି । କଳା ବିଭାଗରେ ୨୩୮ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୨୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୦ ଜଣ ପ୍ରଥମ ଶ୍ରେଣୀରେ ୫୯ ଦ୍ବିତୀୟ ଶ୍ରେଣୀରେ ଏବଂ ୬୧ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତିପ୍ରଥମ ୧୦୦ ଜଣଙ୍କ ମଧ୍ୟରେ ଜାମିତା ଶବର ୬୦୦ ମାର୍କରୁ ୫୧୪ ମାର୍କ ରଖି ଶୀର୍ଷରେ ରହିଥିବା ବେଳେ ପି.ତ୍ରିବେଣୀ ଏବଂ କେ.ମୋନିକା ଦୁଇ ଜଣ ଛାତ୍ରୀ ଯୁଗ୍ମ ଭାବେ ୬୦୦ ମାର୍କରୁ ୫୦୧ ମାର୍କ ରଖି ଦ୍ବିତୀୟ ସ୍ଥାନରେ ଥିବାବେଳେ ତନୁପ୍ରିୟା ପାଇକ ୬୦୦ ମାର୍କରୁ ୪୮୦ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଏହି ମହିଳା ମହାବିଦ୍ୟାଳୟ ବର୍ତ୍ତମାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହାଥିଲା ରେକର୍ଡ ପରିମାଣ ପରୀକ୍ଷା ଫଳ । ଏହି ଶହେ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ଛାତ୍ରୀମାନେ ଏବଂ ସେମାନଙ୍କର ଅଭିଭାବକ ମାନେ ଏହାର ଶ୍ରେୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଏବଂ ଅଧ୍ୟାପକ , ଅଧ୍ୟାପିକା ମାନଙ୍କୁ ଦେଇଛନ୍ତି । ଏହି ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଯଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଶିକ୍ଷାର୍ଥିନୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Exit mobile version