
ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଶୁକ୍ରବାର ) ବାଲିଗୁଡ଼ା :- ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍ ମହୋତ୍ସବ” । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ଅବସ୍ଥିତ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମାଣ୍ଡାଣ୍ଟ୍ ଶ୍ରୀ ଆନନ୍ଦ ଝା ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବାଟାଲିୟନର ଅନ୍ୟ ପଦାଧିକାରୀ ଓ ଜବାନଙ୍କ ସହ ବାଲିଗୁଡ଼ା ବଣିକ ସଂଘ,ଅଟୋ ଚାଳକ ସଙ୍ଘର ସଦସ୍ୟଙ୍କ ସମେତ ସହରର ବହୁ ଜନସାଧାରଣ ସାମିଲ୍ ହୋଇଥିଲେ ।

