କନ୍ଧମାଳ : ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଶୁକ୍ରବାର ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଏଜେଓ ହାଇସ୍କୁଲ ପରିସରରେ ଶୁକ୍ରବାର  ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ୍‍ ଯୋଗଦେଇ ଏହି ଦିବସ ଉପରେ ଆଲୋକପାତ କରିବା ସହିତ ନିଜେ କୃମିନାଶକ ଔଷଧ ଖାଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼.ମନୋଜ କୁମାର ଉପାଧ୍ୟାୟ, ସହକାରୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼.ବସନ୍ତ କୁମାର ପାତ୍ର, ସହକାରୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼.ପ୍ରଭାକର ସାହୁ, ଜିଲା ସମାଜ ମଙ୍ଗଳ ଅଧିକାରୀ ମଂଜୁଳା ପ୍ରଧାନ, ଜିଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲା ପ୍ରକଳ୍ପ ପରିଚାଳକ ମନୋରଂଜନ ସାହୁ ଓ ଏଜେଓ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଳୀପ କୁମାର ପ୍ରଧାନ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମକୁ ଜିଲା କୈଶୋର ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଆଶିଷ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ଆରବିଏସକେ ପରିଚାଳକ ସୁଧାଂଶୁ ଶେଖର ପ୍ରଧାନ, ଶବ ରଂଜନ ଦାସ, ଧର୍ମେନ୍ଦ୍ର ତାଣ୍ଡି ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରର ଅତିଥି ମାନେ ଔଷଧ ଖାଇବା ସହ ପିଲାମାନଙ୍କଠାରେ ରକ୍ତହୀନତା ନିୟନ୍ତ୍ରଣ, ପୃଷ୍ଟିହୀନତାରୁ ରକ୍ଷା, ଏକାଗ୍ରତା ବଢ଼ିବା ସହିତ ଶିକ୍ଷା ଦକ୍ଷତା ବୃଦ୍ଧି ଭଳି ବିଭିନ୍ନ ଦିଗରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ ।

ଏଥିସହ କନ୍ଧମାଳ ଜିଲାରେ ମୋଟ ୩ ଲକ୍ଷ ୬ ହଜାର ୬୪୨ ଜଣ ପିଲାଙ୍କୁ ଏହି ଔଷଧ ସେବନ କରାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ରୁ ୫ ବର୍ଷର ୬୩ ହଜାର ୪୭୨ ଜଣ ଓ ଅଙ୍ଗନୱାଡ଼ି କେନ୍ଦ୍ର ସମେତ ୫ରୁ ୧୯ ବର୍ଷରେ ଥିବା ୨ ଲକ୍ଷ ୪୩ ହଜାର ୧୭୦ଜଣ ପିଲାଙ୍କୁ ସମସ୍ତ ସରାକରୀ ଓ ବେସରକାରୀ ବିଦ୍ୟାଳୟମାନଙ୍କରେ ଏହି ଔଷଧ ପ୍ରଦାନ କରାଯିବ ବୋଲି କୁହାଯାଇଛି । ବିଦ୍ୟାଳୟ ସ୍ତରରେ ଶିକ୍ଷକମାନଙ୍କ ଦ୍ୱାରା ଓ ବିଦ୍ୟାଳୟକୁ ଯାଉନଥିବା ପିଲାମାନେ ସେମାନଙ୍କ ଅଞ୍ଚଳରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର କର୍ମୀ ଓ ଆଶା କର୍ମୀମାନଙ୍କ ଦ୍ୱାରା ଏହି ଔଷଧ ଖାଇବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Exit mobile version