ଗଞ୍ଜେଇ ଜବତ କଟକ ଚୋରା ଚାଲାଣ ବେଳେ ଧରିଲା ବୈପାରିଗୁଡା ପୋଲିସ ଜଣେ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଶୁକ୍ରବାର ) ବୈପାରିଗୁଡା :- ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ବୈପାରିଗୁଡା ପୋଲିସ କର୍ମଚାରୀ ମାନେ ପାଟ୍ରୋଲିଂ କରୁଥିବା ବେଳେ ବୈପାରିଗୁଡା ମୁଖ୍ୟଛକରେ କଟକ ଯିବା ପାଇଁ ବସକୁ ଅପେକ୍ଷା କରୁଥିବା ଜଣେ ବ୍ୟକ୍ତ ଓ ତାଙ୍କୁ ପାଖରେ ଥିବା ଏକ ବସ୍ତାକୁ ସନ୍ଦେହ କରି ପୋଲିସ କର୍ମଚାରୀ ମାନେ ଯାଂଚ କରିବା ବେଳେ ଉକ୍ତ ବସ୍ତାରୁ ଗଞ୍ଜେଇ ଥିବା ଜାଣିବାକୁ ପାଇବା ସହ ଗଞ୍ଜେଇ ଜବତ କରିଥିବାର ନେଇ ସୂଚନା ପ୍ରଦାନ କରିଛନ୍ତି ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ ।

ବ୍ୟକ୍ତ ଓ ଗଞ୍ଜେଇ ବସ୍ତାକୁ ଥାନାକୁ ନେଇ ଓଜନ କରିବାରୁ ତାହା ୧୪ କେଜି ୯ ଶହ ଗ୍ରାମ ବୋଲି ଜଣାପଡିଛି । ଯାହାର ବଜାର ମୂଲ୍ୟ ୫୦ ହଜାରରୁ ଅଧିକ ହେବ । ଯାନବାହାନରେ ଯାଂଚର ଭୟ ଥିବାରୁ ଏବେ ବେପାରୀ ମାନେ ପୋଲିସକୁ ଚକମା ଦେବାକୁ ଯାଇ ନୂଆ ନୂଆ ନିୟମ କାର୍ଯ୍ୟକାରୀ କରୁଥିଲେ ମଧ୍ୟ ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ହାତରୁ ବେପାରୀ ମାନେ ଖସି ପାରୁନଥିବାର ଦେଖାଯାଉଛି ।

ବେପାରୀ ମାନେ ନୂଆ ନୂଆ ପଦ୍ଧତି ଅବଲମ୍ବନ କରୁଥିବା ବେଳେ ସେମାନଙ୍କୁ ଗିରଫ କରି ବୈପାରିଗୁଡା ପୋଲିସ ସଫଳତା ଉପରେ ସଫଳତା ହାସଲ କରୁଛି । ଏଥିରେ ସଂପୃକ୍ତ ଥିବା ଜଣେ ଗିରଫ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାର ବାଲିକୁଣ୍ଡ ଥାନା ଅନ୍ତର୍ଗତ ଖାଲଗ୍ରାମ ଗ୍ରାମର ପ୍ରକାଶ ପାଲ ବୋଲି ଜଣାପଡିଛି ।

Exit mobile version