ନୂଆଗାଁ ବ୍ଲକ୍ ରେ ୩ ଟି ବିଦ୍ୟାଳୟକୁ ମିଳିଲା ଉଚ୍ଚ ବିଦ୍ୟାଳୟ ର ମାନ୍ୟତା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଭାଗୀୟ ମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ଦଶପଲ୍ଲା ବିଧାୟକ ଓ ଅଞ୍ଚଳବାସୀ

ଓଡ଼ିଶା ତାଜା ନ୍ୟୁଜ (୧୧ ଅଗଷ୍ଟ ଗୁରୁବାର) ନୂଆଗାଁ :- ବହୁଦିନର ଅଞ୍ଚଳ ବାସୀ ଙ୍କ ଆଶା ହୋଇଛି ପୂରଣ । ଛାତ୍ର ଛାତ୍ରୀ ଙ୍କ ସମସ୍ୟା ହୋଇଛି ଦୂରୀକରଣ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଓ ଦାବୀ ଯୋଗୁଁ ଗତ ଜୁଲାଇ ମାସ ୩୦ ତାରିଖରେ ରାଜ୍ୟସରକାରଙ୍କ ଗଣଶିକ୍ଷା ବିଭାଗ ତରଫରୁ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ସିକ୍ରିଡ଼ା ପଞ୍ଚାୟତ କୃଷ୍ଣପ୍ରସାଦ ୟୁଜି ଏମ ଇ ବିଦ୍ୟାଳୟ, କାପ୍ତା ପଲ୍ଲୀ ପଞ୍ଚାୟତ କାପ୍ତାପଲ୍ଲୀ ୟୁ ପି ଏସ , ଏବଂ ଦୁରୁଦୁରା ପଞ୍ଚାୟତ ଶ୍ରୀବନ୍ତ ଦେଇପୁର ୟୁଜି ଏମ ଇ ବିଦ୍ୟାଳୟ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ଙ୍କ ଅଧ୍ୟକ୍ଷତାରେ ନୂଆଗାଁ ବ୍ଲକ୍ ରାଜୀବ ଗାନ୍ଧୀ ସଦଭାବନା ସେବା ଗୃହ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଅଞ୍ଚଳ ବାସୀ ଙ୍କ ବହୁଦିନର ଦାବୀ ପୂରଣ ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଭାଗୀୟ ମନ୍ତ୍ରୀ ଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ । ତତ୍ ସହିତ ଅନ୍ୟତ୍ର ବିଦ୍ୟାଳୟକୁ ଯାଇଥିବା ନବମ ,ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ କିପରି ବିଦ୍ୟାଳୟ କୁ ଫେରିବେ ,ଶିକ୍ଷାଦାନ,ଶିକ୍ଷକ ସମସ୍ୟା, ବିଦ୍ୟାଳୟର ଭିତ୍ତିଭୂମି ଆଦି ଉପରେ ବିସ୍ତୃତ ଭାବେ ବିଧାୟକ ଆଲୋଚନା କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର ଙ୍କ ସମେତ ୩ ଟି ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ,ସଭ୍ୟା ,ଶିକ୍ଷକ, ଅଭିଭାବକ ଏବଂ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ହାଇସ୍କୁଲ ହୋଇପାରିଥିବା ରୁ ଅଞ୍ଚଳ ବାସୀ ଦଶପଲ୍ଲା ବିଧାୟକ ଙ୍କୁ କୃତଜ୍ଞତା ଜଣାଇବା ସହ ବିଧାୟକ କଥାରେ ନୁହେଁ କାମରେ କରି ଦେଖାନ୍ତି ବୋଲି କହିଛନ୍ତି ।ଯାହାକି ଆଜି ପର୍ଯ୍ୟନ୍ତ କୌଣସି ବିଧାୟକ କରିପାରିନଥିଲେ ତାହା ଦଶପଲ୍ଲା ବିଧାୟକ କରି ଦେଖାଇଛନ୍ତି ।

Exit mobile version