
ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ବୁଧବାର )ଭୁବନେଶ୍ୱର :- ବିଗତ ୧୦ରୁ ୧୨ ବର୍ଷ ଧରି ଓଡ଼ିଶାରେ ବିଭିନ୍ନ ଚିଟଫଣ୍ଡ କମ୍ପାନୀ ଦ୍ୱାରା ଲୁଣ୍ଠିତ ଜମାକାରୀମାନେ ସେମାନଙ୍କ ସଞ୍ôଚତ ଧନ ଫେରିପାଇବା ଆଶାରେ ଚାହିଁ ବସିଥିବା ସମୟରେ ଶାସକ ବିଜୁ ଜନତା ଦଳ ସେମାନଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜିବା ପାଇଁ ପ୍ରୟାସ କରିଛି । ହଜାର ହଜାର କୋଟି ଟଙ୍କା ଠକି ନେଇଥିବା ଚିଟଫଣ୍ଡ କମ୍ପାନୀଗୁଡ଼ିକ ପାଇଁ ଓକିଲାତି କରୁଛନ୍ତି, ବି.ଜେ.ଡ଼ି ଲିଗାଲ ସେଲ୍ ମୁଖ୍ୟ ମିଲନ କାନୁନ୍ଗୋ । ଗୋଟିଏ ପଟେ ଜମାକାରୀଙ୍କ ଟଙ୍କା ଫେରାଇବାର ମିଛି ପ୍ରତିଶ୍ରୁତି ଦେଉଛନ୍ତି ମୁଖ୍ୟମନ୍ତ୍ରୀ, ଅନ୍ୟପଟେ ତାଙ୍କର ମୁଖ୍ୟ ଆଇନ କାର୍ପଟଦାର ମିଲନଙ୍କୁ ଲଗାଇ ଚିଟଫଣ୍ଡ ଲୁଟେରାଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି ।
