ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ବୁଧବାର ) ବାଲେଶ୍ୱର :- ଦେଶର ଟେଷ୍ଟ ପ୍ରସ୍ତୁତି ସେବା କ୍ଷେତ୍ରରେ ଅଗ୍ରଣୀ, ଆକାଶ ବାଇଜୁସ୍ ପକ୍ଷରୁ ଓଡ଼ିଶାର ବାଲେଶ୍ୱରଠାରେ ଏହାର ପ୍ରଥମ କ୍ଲାସରୁମ୍ ସେଂଟର୍ର ଉଦ୍ଘାଟନ କରାଯାଇଛି । ବାଲେଶ୍ୱରରେ ଆକାଶ ବାଇଜୁସ୍ର ଏହି ନୂଆ ସେଂଟରରେ ୯ଟି କ୍ଲାସରୁମ୍ ରହିଛି ଯେଉଁଥିରେ ୮୦୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢ଼ିପାରିବେ । ଶ୍ରୀ ଅଜୟ ବାହାଦୂର ସିଂ, ରିଜିଓନାଲ ଡାଇରେକ୍ଟର ଆକାଶ ବାଏଜୁସର ଅନ୍ୟ ଅଧିକାରୀଙ୍କ ସହିତ ଏହି ନୂତନ କ୍ଲାସରୁମ୍ ସେଂଟରର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ହରିନ୍ଦର ପାଲ୍ ସିଙ୍ଗ ବାଲେଶ୍ୱର ବ୍ରାଂଚ ମୁଖ୍ୟ, ଶ୍ରୀ ବିକାଶ ଦାସ, ଓଡ଼ିଶା ଆରଏସଜିଏଚ, ଶ୍ରୀ ସୂର୍ଯ୍ୟ ଭାନୁ ସିଙ୍ଗ, ଓଡ଼ିଶା ଏକାଡେମିକ ଡାଇରେକ୍ଟର ଏବଂ ଶ୍ରୀ ଜୋୟଦୀପ ମୁଖର୍ଜୀ, ଇଷ୍ଟ ରିଜୋନାଲ ଅପରେସନ ହେଡ ପ୍ରମୁଖ ଉପସ୍ଥିତ ରହିଛନ୍ତି ।

ଏହା ଓଡ଼ିଶାରେ ଆକାଶ ବାଇଜୁସ୍ର ପଂଚମ କ୍ଲାସରୁମ ସେଂଟର ହୋଇଥିବାବେଳେ, ଏହାର ଅନ୍ୟ ସେଂଟରଗୁଡିକ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ଅବସ୍ଥିତ ରହିଛି । ବାଲେଶ୍ୱର ମଲ୍ଲୀକାଶପୁର ପ୍ରୁଫ୍ ରୋଡସ୍ଥିତ ଏସ୍ବିଆଇ ନିକଟସ୍ଥ ନାଲମଗଂଜରେ ଦି ଲ୍ୟାଣ୍ଡମାର୍କ ବିଲ୍ଡିଂର ପଂଚମ ମହଲାରେ ଅବସ୍ଥିତ ଏହି ଆକାଶ ବାଇଜୁସ୍ ସେଂଟର ଇଞ୍ଜିନିୟରିଂ, ଡାକ୍ତରୀ ଏବଂ ଫାଉଣ୍ଡେସନ ସ୍ତର ପାଠ୍ୟକ୍ରମ ନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପୂରଣ କରିବା ସହିତ ସେମାନଙ୍କ ମୂଳଦୁଆ ସୁଦୃଢ କରିବ ଏବଂ ସେମାନଙ୍କୁ ଅଲିମ୍ପିଆଡ ଭଳି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଦିଗରେ ସହାୟତା କରିବ । ନୂଆ ସେଂଟର ଉଦ୍ଘାଟନ ସମ୍ପର୍କରେ ପ୍ରକାଶ କରି ଶ୍ରୀ ଅଜୟ ବାହାଦୁର ସିଂ, ରିଜିଓନାଲ ଡାଇରେକ୍ଟର, ଆକାଶ ବାଇଜୁସ୍ କହିଛନ୍ତି ଯେ,
