ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ : ଡେଙ୍ଗୁ ଓ ମେଲେରିଆ ରୋଗ ନିରାକରଣ ନିମନ୍ତେ – ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ

ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ବୁଧବାର ) ପୁରୀ :- ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଡେଙ୍ଗୁ ଓ ମେଲେରିଆ ରୋଗ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କ ଅଧ୍ୟକ୍ଷତା଼ରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ବୈଠକରେ ଜିଲ୍ଲାପାଳ ଡେଙ୍ଗୁ ରୋଗର ନିରାକରଣ ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବା ସହିତ ପୁରୀ ପୌର ସଂସ୍ଥା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମଶା ତେଲ ସିଞ୍ଚନ ଓ ଟିଫା ମେସିନ ରେ ଧୂଆଁ ଛାଡିବା ପାଇଁ ପରାମର୍ଶ ଦେଇଥିଲେ ।

ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଡେଙ୍ଗୁ ରୋଗର ନିରାକରଣ ପାଇଁ ବ୍ୟାପକ ସଚେତନତା ପାଇଁ ସ୍ୱଚ୍ଛ ସବାରୀରେ ଗୀତ ମାଧ୍ୟମରେ ପ୍ରଚାର ପ୍ରସାର ଏବଂ ଘରକୁ ଘର ବୁଲି ଡେଙ୍ଗୁ ମଶା ଙ୍କ ଲାର୍ଭା ଦେଉଥିବା ସ୍ଥାନ ଗୁଡ଼ିକୁ ନଷ୍ଟ କରିବା ଏବଂ ସଚତନତା ପାଇଁ କହିଥିଲେ । ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଅଧିକାରୀ ଡାକ୍ତର ନିମାଇଁ ଚରଣ ଜେନା ଜିଲ୍ଲାରେ ଡେଙ୍ଗୁ ରୋଗର ସ୍ଥିତି ନିରାକରଣ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୬୭୩ ନମୁନା ପରୀକ୍ଷା କରାଯାଇ ସମୁଦାୟ ୪୪ ମଧ୍ୟରୁ ୨୫ ଜଣ ଜିଲ୍ଲା ବାହାରୁ ଏବଂ ୧୯ ଜଣ ଜିଲ୍ଲା ଭିତରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ମିଶ୍ର, ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) , ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶ ଦାତା ଶକ୍ତି ପ୍ରସନ୍ନ ମିଶ୍ର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ଏହି ସମନ୍ୱୟ ବୈଠକରେ ଶିକ୍ଷା, ପୂର୍ତ୍ତ,ପଞ୍ଚାୟତ ରାଜ, ପୌରପାଳିକା, ମତ୍ସ୍ୟ ଓ ପ୍ରାଣୀସମ୍ପଦ , କୃଷି ଓ ଜିଲ୍ଲା ସୂଚନା ଏବଂ ଲୋସମ୍ପର୍କ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଟି. ନାରାୟଣ ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version