ଅଗଷ୍ଟ ୧୫ ପୂର୍ବରୁ ପଞ୍ଜାବର ଭାରତ-ପାକିସ୍ତାନ ସୀମାରେ ହଲଚଲ : ଧରାପଡ଼ିଲେ ୨ ପାକ୍ ଅନୁପ୍ରବେଶକାରୀ

ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ବୁଧବାର ) ଗୁରଦାସପୁର :- ଅଗଷ୍ଟ ୧୫ ପୂର୍ବରୁ ପଞ୍ଜାବର ଭାରତ-ପାକିସ୍ତାନ ସୀମାରେ ହଲଚଲ । ଅନ୍ତର୍ଜାତୀୟ ସୀମାରେ ନିୟୋଜିତ ସୀମା ସୁରକ୍ଷା ବଳ ୧୦ ବାଟାଲିୟନର ଯବାନମାନେ ବର୍ଡର ପୋଷ୍ଟ ଡେରା ବାବା ନାନକ ସହର ନିକଟରୁ ଦୁଇ ପାକିସ୍ତାନୀ ନାଗରିକଙ୍କୁ ଅନୁପ୍ରବେଶ କରୁଥିବା ସମୟରେ ଧରିଛନ୍ତି । ପାକ୍ ଅନୁପ୍ରବେଶକାରୀଙ୍କ ନିକଟରୁ ଦୁଇଟି ମୋବାଇଲ୍ ଫୋନ୍‌, ଦୁଇଟି ଆଇଡି କାର୍ଡ, ୫୦୦ ଟଙ୍କିଆ ପାକିସ୍ତାନୀ ନୋଟ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।

ଏନେଇ ସୂଚନା ଦେଇଛନ୍ତିି ଗୁରଦାସପୁରରେ ନିୟୋଜିତ ବିଏସଏଫ ଡିଆଇଜି ପ୍ରଭାକର ଜୋଶୀ ।
ବୁଧବାର ଦ୍ବିପ୍ରହର ପ୍ରାୟ ୧୧.୧୫ ସମୟରେ ଡେରା ବାବା ନାନକ ସହରରେ ନିୟୋଜିତ ହୋଇଥିବା ଯବାନମାନେ ଦୁଇଜଣ ପାକିସ୍ତାନୀ ନାଗରିକଙ୍କୁ ଆନ୍ତର୍ଜାତୀୟ ସୀମା ପାର ହେଉଥିବା ଦେଖିଥିଲେ । ଉଭୟ ୧୦ ମିଟର ସୀମା ଅତିକ୍ରମ କରି ଭାରତୀୟ ସୀମାରେ ପ୍ରବେଶ କରିଥିଲେ । ଉଭୟ ନାରୋୱାଲ ଜିଲା ଭୋଲା ବାଜୱା ଗ୍ରାମର କିଶନ ମସିହ(୨୬) ଓ ରବିଜ ମସିହ(୧୮) ବୋଲି ଜଣାପଡ଼ିଛି ।

Exit mobile version