
ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ବୁଧବାର )ପୁରୀ :- ଭାଇ-ଭଉଣୀଙ୍କ ଅପୂର୍ବ ଭଲପାଇବା ଓ ସ୍ନେହର ପର୍ବ ରାକ୍ଷୀ ପୂର୍ଣ୍ଣିମା ପାଇଁ ଅପେକ୍ଷା କରିଛି ସାରା ପରିବାର । ସବୁ ଭଉଣୀ ଅପେକ୍ଷା କରି ରହିଛନ୍ତି ଭାଇ ହାତରେ ସୁରକ୍ଷା, ସ୍ନେହ, ପ୍ରେମ ଆଉ ବନ୍ଧନର ସେହି ଡୋରୀ ବାନ୍ଧିବା ପାଇଁ । ତେବେ ଭାଇଙ୍କ ସୁରକ୍ଷା ପାଇଁ ତାଙ୍କ ହାତରେ ରାକ୍ଷୀ ବାନ୍ଧିବା ପୂର୍ବରୁ ଆଉ ଏକ କାମ କରିବା ଆପଣଙ୍କର ନିହାତି ଆବଶ୍ୟକ । ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ପୂର୍ବରୁ ଆପଣ କିଛି ଦେବାଦେବୀଙ୍କୁ ରାକ୍ଷୀ ବାନ୍ଧି ଭାଇଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିପାରିବେ ।

