
ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ବୁଧବାର ) ବରଗଡ଼ :- ସ୍ବାଧୀନତା ର ୭୫ ବର୍ଷ,ଆଜାଦି କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଆଜି ବରଗଡ଼ ସହରରେ ବିକାଶ ଶିକ୍ଷାନୁଷ୍ଠାନ ସମୁହର ପକ୍ଷରୁ ଏକ କିଲୋମିଟର ଲମ୍ବର ଜାତୀୟ ପତାକା ର ଶୋଭାଯାତ୍ରା ହୋଇଥିଲା । ହର ଘର ମେ ତ୍ରିରଂଗା ଅବସରରେ ଆଜି ବିକାଶ ଶିକ୍ଷାନୁଷ୍ଠାନ ସମୁହର ପକ୍ଷରୁ ୧ କିଲୋମିଟର ଲମ୍ବ ଓ ୯ଫୁଟ ଚଉଡା ର ଜାତୀୟ ପତାକା କୁ ଧରି ଛାତ୍ର ଛାତ୍ରୀ, ବରଗଡ଼ ଜିଲ୍ଲାର ୨୫ରୁ ଅଧିକ ଅନୁଷ୍ଠାନ ର କର୍ମକର୍ତ୍ତା, ସ୍ବେଚ୍ଛାସେବୀ, ବରିଷ୍ଠ ନାଗରିକ, ମହିଳା ଏଥିରେ ସାମିଲ ହୋଇଥିଲେ ।

