ପଡିଆ ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ସ୍ବାଧୀନତା ସଂଗ୍ରାମୀ ତାମା ଦୋରାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା

ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ବୁଧବାର ) ପଡିଆ :- ସ୍ବାଧୀନତା ଆଦିବାସୀ ଦିବସ ପାଳନ ଅବସରରେ ପଡିଆ ବ୍ଳକ ସଦର ମହକୁମାରେ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପଡିଆ ବ୍ଳକର ୮ଟି ପଞ୍ଚାୟତର ଶତାଧିକ ଆଦିବାସୀ ନେତୃବୃନ୍ଦ,ଗ୍ରାମର ମୃଖ୍ୟା, ବୃଦ୍ଧିଜୀବି ଓ ସମାଜ ସେବୀ ଏକତ୍ରିତ ହୋଇଥିଲେ । ବିଶ୍ଵ ଆଦିବାସୀ ଦିବସ ଉପଲକ୍ଷେ ପ୍ରଥମେ ପଡିଆ ବଜାର ରେ ରାଳିର ଆୟୋଜନ କରାଯାଇଥିଲା ।

ଏହା ପରେ ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଆୟୋଜିତ ବୈଠକ ରେ ଏକତ୍ରିତ ହୋଇ ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ସଂସ୍କୃତି ଓ ପରାମ୍ପରା ବାବଦରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଆଞ୍ଚଳିକ ମହାବିଦ୍ୟାଳୟ ଖେଳ ପଡିଆ ନିକଟରେ ପଡିଆ ଅଞ୍ଚଳର ସ୍ଵାଧୀନତା ସଂଗ୍ରାମୀ ତାମା ଦୋରାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାମା ଦୋରାଙ୍କ ପରିବାରର ସଦସ୍ୟ ସୁନାମ ଵୋଜି, ପୂର୍ବତନ ବିଧାୟକ ମାନସ ମାଡକାମି, ବିଜେଡି ଯୁବ ସଭାପତି ଆଡମା ରାବା, ପଡିଆ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ସୁରଭୀ ଭୈ।ମିକ,

ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନବୀନ ଚନ୍ଦ୍ର ମାଡକାମି, ଦଶରଥ ପଡିଆମା, ଗଙ୍ଗାଧର ସୋଡି, ପଡିଆ ବ୍ଲକ ଅଧ୍ୟକ୍ଷା ଯମୁନା ମୁଶାକି, ପଡିଆ ସାଂସଦ ପ୍ରତିନିଧି ଚିନାମ୍ ରାବିଟ କୁମାର, ବିଜେଡି ବଳିଷ୍ଠ ନେତା ଏମ୍ ଡି ଫାରୁକ, ସମାଜ ସେବୀ ଏନ୍ ନୁକାଲ ରାଜୁ, ଏନ୍ ରାଘବ ରାଓ, ବିଧାୟକ ପ୍ରତିନିଧି କେ. ବାଲାୟା ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଆଦିବାସୀ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପଡିଆ ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର ଓ ପ୍ରଶାନ୍ତ କୁମାର ପରିଡ଼ା ପରିଚାଳନା କରିଥିଲେ ।

Exit mobile version