
ଓଡ଼ିଶା ତାଜା ନ୍ୟୁଜ (୯ ଅଗଷ୍ଟ ମଙ୍ଗଳବାର ) ରଣପୁର :- ଐତିହାସିକ ଭାରତ ଛାଡ ଆନ୍ଦୋଳନ ଦିବସ ଉପଲକ୍ଷେ ଆଜି ଅଗଷ୍ଟ ୮ ତାରିଖରେ ସି ଆଇ ଟି ୟୁ ,କୃଷକ ସଭା, ଓ କ୍ଷେତ ମଜଦୁର ୟୁନିଅନ ତରଫରୁ ଜୀବନ ଜୀବିକାର ସୁରକ୍ଷା ପାଇଁ ବିଭିନ୍ନ ଦାବୀ ଉପରେ ଦେଶ ବ୍ୟାପି ଆଇନ ଅମାନ୍ୟ ଆନ୍ଦୋଳନ ଡାକରା ଦିଆଯାଇ ଥିବାରୁ ରଣପୁରରେ ମଧ୍ୟ ଆଇନ ଅମାନ୍ୟ ଆନ୍ଦୋଳନ ଅନୁଷ୍ଠିତ ହୋଇ ଯାଇଛି। ତୁହା କୁ ତୁହା ଲଘୁଚାପ ଲଗାଣ ବର୍ଷା ସତ୍ତ୍ୱେ ଆଜି ଦିନ ୧୨ ଟା ସମୟରେ ପଞ୍ଚୁଦୋଳ ପଡିଆ ରଘୁଦିବାକର ମଣ୍ଡପ ଠାରେ ଶତାଧିକ କୃଷକ,ଶ୍ରମିକ,କ୍ଷେତ ମଜଦୁର,ପାଚିକା,ଆଶାକର୍ମୀ ଓ ନିର୍ମାଣ ଶ୍ରମିକ ସମବେତ ହୋଇଥିଲେ। ସେଠାରୁ ସମସ୍ତେ ରଣପୁର ବ୍ଲକ କୁ ଯାଇ ବ୍ଲକ ସମ୍ମୁଖରେ ବିକ୍ଷୋଭ କରିବା ସହିତ ସାଥୀ ନିତ୍ୟାନନ୍ଦ ପରିଡାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

