Home ଅପରାଧ ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ, ୨୦ ହଜାର ଜରିମାନା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୯ ଅଗଷ୍ଟ ମଙ୍ଗଳବାର) କନ୍ଧମାଳ :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା ଅଂଚଳର ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ଶୁଣାଣୀ କରି ଫୁଲବାଣୀ ସ୍ୱତନ୍ତ୍ର ପୋକସୋ କୋର୍ଟ ଅଭିଯୁ୍କ୍ତକୁ ୨୦ ବର୍ଷ ଜେଲଦଣ୍ଡ ଶୁଣାଇବା ସହିତ ୨୦ ହଜାର ଟଙ୍କାର ଜରିମାନା କରାଯାଇଛି । ଜରିମାନା ଅନାଦେୟ ଦୋଷୀକୁ ଆଉ ଏକ ବର୍ଷ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଜି.ଉଦୟଗିରି ଥାନା ଅଞ୍ଚଳର ଜିତେନ୍ଦ୍ର କୁମାର ଦିଗାଲ(୪୬) । ପ୍ରକାଶ ଯେ,ଗତ ୨୦୧୯ ଏପ୍ରିଲ ୪ ତାରିଖ ଦିନ ଜନୈକା ନାବାଳିକା ଘରେ ଏକୁଟିଆ ଥିବା ବେଳେ ଅଭିଯୁକ୍ତ ନାବାଳିକାଙ୍କ ଘରକୁ ଯାଇ ନାବାଳିକାକୁ ରୁଟି ଖାଇବା ପାଇଁ ଦେଇଥିଲା । ଏହା ଖାଇବା ପରେ ପିଡିତା ନାବାଳିକା ମୁଣ୍ଡ ବୁଲାଇ ହେବାରୁ ସେ ଶୋଇ ପଡିଥିଲା। ଏହାର ସୁଯୋଗ ନେଇ ଅଭିଯୁକ୍ତ ଜିତେନ୍ଦ୍ର ନାବାଳିକାକୁ ଗାଁ ପାଖ ଶ୍ମଶାନକୁ ନେଇ ସେଠାରେ ଦୁଷ୍କର୍ମ କରିବା ପରେ ସେଠାରୁ ଫେରାର ହୋଇ ଯାଇଥିଲା । ଘର ଲୋକେ ଝିଅକୁ ଖୋଜାଖୋଜି କରିବା ପରେ ମଶାଣିରୁ ତାକୁ ଉଦ୍ଧାର କରିଥିଲେ । ଏ ନେଇ ପିଡିତାଙ୍କ ବଡ ଭାଇ ଜି.ଉଦୟଗିରି ଥାନାରେ ଏତଲା ଦେବାରେ ପୁଲିସ କେସ ନଂ.୫୨/୧୯ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ବର୍ତ୍ତମାନ ଏହି ମାମଲାର ବିଚାର କରି ସ୍ୱତନ୍ତ୍ର ପୋକସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲା ଜଜ୍ ସଂଜିତ କୁମାର ବେହେରା ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିିପି ଅସୀମ କୁମାର ପ୍ରହରାଜ ପରିଚାଳନା କରୁଥିଲେ । Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content ଓଡ଼ିଶାରେ ଏମ୍ଏସ୍ଏମ୍ଇ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟାଙ୍କିଂ କ୍ଷେତ୍ର କ୍ରେଡିଟ୍ ପ୍ରାପ୍ତିକୁ ସରଳ କରିବା ସହ ସିବିଲ ସ୍କୋର ସଂସ୍କାର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ : ରାଜ୍ୟପାଳ ହରି ବାବୁ କମ୍ଭମପତି by Proprietor Abhimanyu Maharana August 13, 2026 Banking sector should simplify Credit Access and CIBIL Score reforms to Boost MSME growth in Odisha : Governor Hari Babu Kambhampati by Proprietor Abhimanyu Maharana August 13, 2026 Panchaa Comes Home: Ramraj Cotton Revives Odisha's Santhali Weave and Transforms the Livelihoods of Mayurbhanj's Tribal Women Weavers Through a Contemporary Dhoti by Proprietor Abhimanyu Maharana August 12, 2026 ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’ by Proprietor Abhimanyu Maharana August 12, 2026 ବୁଧବାର ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ by Proprietor Abhimanyu Maharana August 12, 2026 ପର୍ଯ୍ୟଟକଙ୍କ ସୁନାଚେନ୍ ଛିନଟାଇ : ଅଭିଯୁକ୍ତ କୁ ମାଡ଼ିବସିଲା ପୋଲିସ by Proprietor Abhimanyu Maharana August 12, 2026