ପଥର ଚାଲାଣକୁ କେନ୍ଦ୍ର କରି : ପୁଲିସ ଉପରକୁ ଟେକା ପଥର ମାଡ଼ – ୩ଜଣ ମହିଳାଙ୍କୁ ଉଠାଇ ଆଣି କୋର୍ଟ ଚାଲାଣ

1. ଏହି ଘଟଣାରେ ପୁଲିସ ୩ଜଣ ମହିଳାଙ୍କୁ ଉଠାଇ ଆଣିବା ସହିତ ସେମାନଙ୍କ ନାଁ ରେ ସଙ୍ଗୀନ ଦଫା ଲଗାଇ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

2. ଭାରିଯାନ ଏହି ରାସ୍ତାଦେଇ ଯାଉଥିବାରୁ ରାସ୍ତା ନଷ୍ଟ ହେବା ସହିତ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୁଏ ବୋଲି ଗ୍ରାମବାସୀମାନେ କହି ଆସୁଥିଲେ କିନ୍ତୁ ଏହାକୁ ହାଇୱା ଗାଡ଼ି ଚାଳକମାନେ କର୍ଣ୍ଣପାତ କରୁନଥିଲେ ।

3. ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହେବା ପରେ ଏକ ପଥର ଆସି ପୁଲିସ ଗାଡ଼ିରେ ବାଜିବାରୁ ଗାଡ଼ିର କାଚ ଭାଙ୍ଗି ଯାଇଥିଲା ।

ଓଡ଼ିଶା ତାଜା ନ୍ୟୁଜ (୮ ଅଗଷ୍ଟ ସୋମବାର ) ଓଡ଼ଗାଁ :- ଗତ ରବିବାର ଦିନ ଗାଁର କିଛି ମହିଳା, ପୁରୁଷ ଏକ ହାଇୱା ଗାଡ଼ିକୁ ଅଟକ ରଖିବା ସହିତ ଏହି ରାସ୍ତାରେ ଭାରିଯାନ ନ ନେବାକୁ କହିଥିଲେ। , ଓଡ଼ଗାଁ ତହସିଲ ଶରଣକୁଳ ଥାନା ପୁଆଣିଆ ନିକଟରେ ଥିବା କ୍ରସରରୁ ହାଇୱା ଯୋଗେ ପଥର ଚାଲାଣକୁ ଗୁଞ୍ଜୁବାରଣ ଗ୍ରାମବାସୀ ଘୋର ବିରୋଧ କରିଛନ୍ତି । ଏହି ରାସ୍ତାଦେଇ ପଥର ନ ନେବାକୁ ଗ୍ରାମବାସୀ ବାରଣ କରିବା ସହିତ ଏକ ହାଇଓ୍ୟା ଗାଡ଼ିକୁ ଅଟକ ରଖିଛନ୍ତି । ଘଟଣା ସ୍ଥଳରେ ପୁଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଉତ୍ୟକ୍ତ ଲୋକେ ପୁଲିସ ଉପରକୁ ଢେଲା ପଥର ମାଡ଼ କରିବା ସହିତ ଗାଡ଼ିର କାଚକୁ ଭାଙ୍ଗି ଦେଇଛନ୍ତି ।

ଏହି ଘଟଣାରେ ପୁଲିସ ୩ଜଣ ମହିଳାଙ୍କୁ ଉଠାଇ ଆଣିବା ସହିତ ସେମାନଙ୍କ ନାଁ ରେ ସଙ୍ଗୀନ ଦଫା ଲଗାଇ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ, ପୁଆଣିଆ କ୍ରସରରୁ ପଥର ଚାଲାଣକୁ ଗୁଂଜୁବାରଣ ଗ୍ରାମର କିଛି ମହିଳା, ପୁରୁଷ ଘୋର ବିରୋଧ କରିଥିଲେ । ପ୍ରତିଦିନ ହାଇଓ୍ୟା ଗାଡ଼ି ଗୁଂଜୁବାରଣ ଗାଁ ଦେଇ କପିଳେଶ୍ବର ମହାଦେବଙ୍କ ରାସ୍ତାରୁ ଗୋଡ଼ିପଡା–ଶରଣକୁଳ ଜଗନ୍ନାଥ ସଡ଼କ ଦେଇ ବିଭିନ୍ନ ସ୍ଥାନକୁ ଯାଇଥାଏ । ଭାରିଯାନ ଏହି ରାସ୍ତାଦେଇ ଯାଉଥିବାରୁ ରାସ୍ତା ନଷ୍ଟ ହେବା ସହିତ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୁଏ ବୋଲି ଗ୍ରାମବାସୀମାନେ କହି ଆସୁଥିଲେ କିନ୍ତୁ ଏହାକୁ ହାଇୱା ଗାଡ଼ି ଚାଳକମାନେ କର୍ଣ୍ଣପାତ କରୁନଥିଲେ ।

ଗତ ରବିବାର ଦିନ ଗାଁର କିଛି ମହିଳା, ପୁରୁଷ ଏକ ହାଇୱା ଗାଡ଼ିକୁ ଅଟକ ରଖିବା ସହିତ ଏହି ରାସ୍ତାରେ ଭାରିଯାନ ନ ନେବାକୁ କହିଥିଲେ । ହାୱାଇ ଗାଡ଼ି ମାଲିକ ପ୍ରସନ୍ନ କୁମାର ରଥ ଶରଣକୁଳ ଥାନାରେ ଏନେଇ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲା । କିନ୍ତୁ ଉତ୍ୟକ୍ତ ଲୋକେ କିଛି ଶୁଣିବା ଅବସ୍ଥାରେ ନଥିଲେ । ଏହି ରାସ୍ତାଦେଇ ଗାଡ଼ି ନେବା ଆଣିବା ବନ୍ଦ କରିବାକୁ ଜିଦ୍ ଧରି ବସିଥିଲେ । ଆଜି ଦିନ ୧୧ଟା ସମୟରେ ଗୁଂଜୁବାରଣ ଗ୍ରାମର ମହିଳା, ଯୁବକମାନେ ମିଳିତ ଭାବେ ହାଇୱା ଗାଡ଼ିକୁ ଅଟକାଇବା ଖବରପାଇ ଶରଣକୁଳ ପୁଲିସ ଘଟଣା ସ୍ଥଳରେ ପହଂଚି ଥିଲେ ମଧ୍ୟ ସେମାନଙ୍କୁ ଉତ୍ୟକ୍ତ ଲୋକମାନେ ଗାଳିଗୁଲଜ କରିବା ସହିତ ଢେପାପଥର ମାଡ଼ କରିଥିବା ପୁଲିସ ଅଭିଯୋଗ କରିଛି ।

ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହେବା ପରେ ଏକ ପଥର ଆସି ପୁଲିସ ଗାଡ଼ିରେ ବାଜିବାରୁ ଗାଡ଼ିର କାଚ ଭାଙ୍ଗି ଯାଇଥିଲା । ଏହି ଘଟଣାରେ ପୁଲିସ ୩ଜଣ ମହିଳାଙ୍କୁ ଥାନାକୁ ଉଠାଇ ଆଣିଛି । ଗୁଂଜୁବାରଣ ତଥା ଶରଣକୁଳ ପଂଚାୟତର ନାଏବ ସରପଞ୍ଚ ରୁବି ମହାପାତ୍ର, ମିନତି ମଲ୍ଲିକ ଓ ପୂଜା ମଲ୍ଲିକଙ୍କୁ ଥାନାରେ ଅଟକ ରଖିବା ସହିତ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି । ପୁଲିସ କାମରେ ବାଧା ସୃଷ୍ଟି କରିବା, ଗାଡ଼ି ଭଙ୍ଗାରୁଜା କରିବା ଏବଂ ପୁଲିସ ଉପରକୁ ଟେକାପଥର ଫିଙ୍ଗିବା ଅଭିଯୋଗରେ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଏମାନଙ୍କୁ କୋର୍ଟ ଚାଲାଣ କରିଥିବା କହିଛି । ତେବେ ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି ।

Exit mobile version