ମୋହନା ହିଲଟପ ସ୍ନାତକ ମହାବିଦ୍ୟାଳୟ ରେ ଆଜଦିକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୭ ଅଗଷ୍ଟ ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକର ମୋହନା ହିଲଟପ ସ୍ନାତକ ମହାବିଦ୍ୟାଳୟରେ ଆଜାଦିକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମହୋତ୍ସବ ସମାରୋହରେ ସମିତିର ବ୍ଲକ ସଂଯୋଜକ ବାବୁଲା ସେଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଭ୍ରକାନ୍ତ ମହାନ୍ତି ଅଧ୍ୟକ୍ଷତା କରିଥିଲେ l ବରିଷ୍ଠ ସମାଜସେବୀ ତରଣୀସେନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ଅମୃତ ମହୋତ୍ସବ ପାଳନ ହେଉଥିବା କହିଛନ୍ତି l

ବିଦେଶୀ କବଳରୁ ଦେଶକୁ ସ୍ବାଧୀନ କରିବା ପାଇଁ ଲକ୍ଷ ଲକ୍ଷ ସଂଗ୍ରାମୀ ନିଜ ଜୀବନକୁ ବଳିଦାନ କରିଛନ୍ତି l ତେବେ ଇତିହାସ ପୃଷ୍ଠାରେ ସେମାନଙ୍କ ନାମ ଲିପିବଦ୍ଧ କରାଯାଇନାହିଁ l ସେମାନଙ୍କୁ ମନେ ପକାଇବା ସହ ସ୍ଵାଧୀନତା ସଂଗ୍ରାମରେ ଗଜପତି ଜିଲ୍ଳାର ଅବଦାନ ମଧ୍ୟ ରହିଥିବା ସେ କହିଛନ୍ତି l ମୁଖ୍ୟବକ୍ତା ଭାବେ ବରିଷ୍ଠ ଅଧ୍ୟାପକ ଭଗବାନ ବିଷୋୟୀ, ସମ୍ମାନିତ ଅତିଥି ଭାବେ ସମାଜସେବୀ ମଧୁସୂଦନ ପାଢ଼ୀ, ଅଧ୍ୟାପକ ଡ. ଅନ୍ତର୍ଯ୍ୟାମୀ ଗୌଡ଼, ଜଗନ୍ନାଥ ପଣ୍ଡା, ଏସ ରମେଶ, ଡ. ମନୋରଞ୍ଜନ ପାଣିଗ୍ରାହୀ, ମୀନକେତନ ମିଶ୍ର, ଅଧ୍ୟାପିକା ରିତା କୁମାରୀ ଶତପଥୀ ଓ ଅସ୍ମିତା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ l

Exit mobile version