Home ଓଡ଼ିଶା ଗଜପତି ଜିଲ୍ଲା ନୂଆଗଡ ବ୍ଲକ : ବଡପଦା ଗ୍ରାମରେ ଅଳିଆ ଆବର୍ଜନା ସଫା କଲେ – ବାବା ସାହେବ ଆମ୍ବେଦକର ଯୁବକ ସଂଘ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୭ ଅଗଷ୍ଟ ରବିବାର ) ପାରଳାଖେମୁଣ୍ଡି :- ଗାଁର ଅଳିଆ ଆବର୍ଜନା ସଫା କଲେ ବାବା ସାହେବ ଆମ୍ବେଦକର ଯୁବକ ସଂଘ । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଦା ଗ୍ରାମର ସ୍ଥାନୀୟ ଖ୍ରୀଷ୍ଟିଆନ ସାହିର ବାବା ସାହେ ସେ ବ ଆମ୍ବେଦକର ଯୁବକ ସଂଘ ତରଫରୁ ସମସ୍ତ ସଦସ୍ୟ ସ୍ଵେଚ୍ଛକୃତ ଭାବରେ ଗାଁର ନାଳ ନର୍ଦମା, ରାସ୍ତା କଡ଼ରେ ଥିବା ଅଳିଆ ଆବର୍ଜନା ଭର୍ତ୍ତି ହୋଇଥିବା ରାସ୍ତା କଡ଼ ସବୁ ସଫା କରି ଥିଲେ । ସେହି ସବୁ ନେଇ ଗ୍ରାମରୁ ବହୁ ଦୂର ସ୍ଥାନକୁ ନେଇ ପକାଇ ଥିଲେ । ସୂଚନା ଅନୁସାରେ ଗାଁର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଡ୍ରେନ ଏବଂ ରାସ୍ତା କଡ଼ରେ ପଡ଼ିଥିବା କୁଡ଼ କୁଡ଼ ଅଳିଆ, ଆବର୍ଜନା ଭର୍ତ୍ତି ହୋଇ ଥିଲା। ସାମାନ୍ୟ ବର୍ଷା ହେଲେ ବିଭିନ୍ନ ସ୍ଥାନରେ ଆବର୍ଜନା ପାଣି ଜମିରହୁ ଥିଲା । ଅଳିଆ ଆବର୍ଜନା ରାସ୍ତାକଡ଼ରେ ପଡ଼ି ରହିଥିବା ଫଳରେ ଦୁର୍ଗନ୍ଧ ଏବଂ ମଶା ମାଛି ଙ୍କ ଆବିର୍ଭାବ ହେବା ଦ୍ଵାରା ନାନା ରୋଗରେ ଆକ୍ରାନ୍ତ ହେଉଥିବାରୁ । ଏପରି ଅପରିଷ୍କାର ପରିବେଶ କୁ ଦେଖି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିବାକୁ ବାବା ସାହେବ ଆମ୍ବେଦକର ଯୁବକ ସଂଘ ର ସମସ୍ତ ସଦସ୍ୟ ସ୍ଵେଚ୍ଛାକୃତ ଭାବରେ ଏହି କାର୍ଯ୍ୟ କରିଥିବା ପ୍ରକାଶ କରିଛନ୍ତି ସଂଘର ସଦସ୍ୟମାନେ । ଏହି କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ସୂର୍ଯ୍ୟ ପରାଗ ଛିଞ୍ଚାଣି, ପ୍ରାଚୀନ ସାହାଜାନ ପାଣି, ଜକ୍ଷୀୟ ଛିଞ୍ଚାଣି, ଏବ୍ରିଆଲ ପାଣି, ଅନ୍ତୁଣୀ ପାଣି , ସରପଞ୍ଚ ପ୍ରିୟଙ୍କା ପାଣି,ସମିତି ସଭ୍ୟ ମନୁଏଲ୍ ଛିଞ୍ଚାଣି ସମେତ ସଂଘ ର ସମସ୍ତ ସଭ୍ୟ ଅଂଶ ଗ୍ରହଣ କରିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ by Proprietor Abhimanyu Maharana May 11, 2026 ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର by Proprietor Abhimanyu Maharana May 11, 2026 ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ by Proprietor Abhimanyu Maharana May 11, 2026 ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ by Proprietor Abhimanyu Maharana May 11, 2026 ମେ ୨୬ ଓ ୨୭ରେ ଓଡ଼ିଶା ଅମଲା ରାଜ୍ଯସଂଘର ସମ୍ମିଳନୀ by Proprietor Abhimanyu Maharana May 11, 2026 ଚାଙ୍ଗଡା ଘରେ ରକ୍ତଛିଟା ମହାପ୍ରଭୁଙ୍କ ମହାସ୍ନାନ by Proprietor Abhimanyu Maharana May 11, 2026