ଓଡ଼ିଶା ତାଜା ନ୍ୟୁଜ (୭ ଅଗଷ୍ଟ ରବିବାର ) ଓଡ଼ଗାଁ :- ଜୁନ୍ ଶେଷାର୍ଦ୍ଧ ଜୁଲାଇ ପ୍ରଥମାର୍ଦ୍ଧ ଠାରୁ ବର୍ତ୍ତମାନ ସୁଦ୍ଧା ଚାରାରେପଣ ବନବିଭାଗର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭୁବନେଶ୍ୱର ଆଞ୍ଚଳିକ ମୂଖ୍ୟ ବନସଂରକ୍ଷକ ମନୋଜ କୁମାର ମହାପାତ୍ର ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳର ବିଭିନ୍ନ ସ୍ଥାନରେ ଚାରା ରୋପଣ କାର୍ଯ୍ୟକ୍ରମ ପରିଦର୍ଶନ କରି ତାର ସମୀକ୍ଷା କରିବା ସହିତ ସନ୍ତୋଷ ବ୍ୟକ୍ତ କରିଥିବା ଜଣାଯାଇଛି ।

ଓଡ଼ଗାଁ ଏନ୍ଏସିର କଲେଜ ପାର୍ଶ୍ଵରେ ସହରାଞ୍ଚଳ ବନିକରଣ ଯୋଜନାରେ ୨ ହଜାର ଚାରା ରୋପଣ କାର୍ଯ୍ୟ ଦେଖିବା ପରେ କୁରାଳ ଡିପିଏଫ ଲଣ୍ଡା ପାହାଡ଼ ବନିକରଣରେ ୨୪ ହଜାର ଚାରା ରୋପଣ ଏବଂ ଢୋଲମସ୍କା ବିଟର ଜାମୁପାଟଣା ଗ୍ରାମ୍ୟ ଜଙ୍ଗଲ ରେ ୧୬ ହଜାର ଚାରା ରୋପଣ କାର୍ଯ୍ୟ ବୁଲି ଦେଖିଥିଲେ ।
