୪ ବିଧାୟକଙ୍କ ଓଡ଼ଗାଁ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଦେଖି ନେତା ଓ ଅଧିକାରୀଙ୍କୁ ପ୍ରଶଂସା

ଓଡ଼ିଶା ତାଜା ନ୍ୟୁଜ (୬ ଅଗଷ୍ଟ ଶନିବାର ) ଓଡ଼ଗାଁ :- ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ନିମନ୍ତ୍ରଣକ୍ରମେ ଆଜି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଓଡ଼ଗାଁ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର‌୍ୟ୍ୟକ୍ରମ ଦେଖି ନେତା ଓ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି । ନିରନ୍ତର ପ୍ରଚେଷ୍ଟା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସବୁ ସମ୍ଭବ ହୋଇଥାଏ ବୋଲି ବିଧାୟକମାନେ ନିଜ ବକ୍ତବ୍ୟରେ କହିଥିଲେ ।

ଓଡ଼ଗାଁ ଏନ୍.ଏସି ଅନ୍ତର୍ଗତ ରାମସାଗର ପାର୍କ ବୁଲି ଦେଖିବା ସହ ପାର୍କର ଅବସ୍ଥିତି ଓ ସୌନ୍ଦଯ୍ୟକରଣ କାର‌୍ୟ୍ୟ ଦେଖି ଖୁସିବ୍ୟକ୍ତ କରିଥିଲେ । ବିଶେଷ କରି ପାର୍କ ମଧ୍ୟରେ ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ ପାର୍କର ସୌନ୍ଦର‌୍ୟ୍ୟକୁ ଦ୍ବିଗୁଣିତ କରୁଛି ବୋଲି କହିଥିଲେ । ଖୁବ ଶ୍ରୀଘ୍ର ବୋଟିଙ୍ଗ ବ୍ୟବସ୍ଥା ଆରମ୍ଭ ହେବା ଶୁଣି ପ୍ରୀତ ମଧ୍ୟ ହୋଇଥିଲେ । ସନ୍ଧ୍ୟା ସମୟରେ ବିଦ୍ୟୁତ ମାଧ୍ୟମରେ ଜଳ କ୍ରୀଡା କାର‌୍ୟ୍ୟକ୍ରମକୁ ଖୁବ ଉପଭୋଗ କରିଥିଲେ ସମସ୍ତ ବିଧାୟକ ।

ମିନିଷ୍ଟାଡିୟମ ପରିସର ପରିଦର୍ଶନ କରିବା ସହ ଷ୍ଟାଡିୟମ ମଧ୍ୟରେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ନିର୍ମିତ ପାଦଚଲା ରାସ୍ତାକୁ ଦେଖି ନୟାଗଡ଼ ବିଧାୟକଙ୍କ କାର‌୍ୟ୍ୟକ୍ରମକୁ ଖୁବ ପ୍ରଶଂସା କରିଥିଲେ । ଖୋଲା ବ୍ୟାୟାମଶାଳା, କ୍ରୀଡା ନିମନ୍ତେ ନେଟ ମାଧ୍ୟମରେ ଅଭ୍ୟାସ ଆଦି ଆଧୁନିକୀକରଣ କାର‌୍ୟ୍ୟକ୍ରମ ଓଡ଼ଗାଁ ଅଞ୍ଚଳରେ କ୍ରୀଡାପ୍ରେମୀମାନଙ୍କୁ ଅଧିକ ଉତ୍ସାହିତ କରିବ ବୋଲି କହିଥିଲେ । ବୁଢାବୁଢ଼ୀଆଣି ପର‌୍ୟ୍ୟଟନସ୍ଥଳରେ ୱାଚ ଟାୱାର ଉପରୁ ପ୍ରାକୃତିକ ନୈସର୍ଗିକ ଶୋଭାରାଜି ଦେଖି ଆତ୍ମବିଭୋର ହୋଇ ପଡିଥିଲେ ।

ଅନ୍ୟମାନଙ୍କ ପାଇଁ ଓଡ଼ଗାଁ ବ୍ଲକର କାର‌୍ୟ୍ୟଶୈଳୀ ପ୍ରେରଣାଦାୟକ ଓ ଦୃଷ୍ଟାନ୍ତମୂଳକ ହେବ ବୋଲି କହିଥିଲେ, ଏହି ଗସ୍ତ ସମୟରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ,ଛାତ୍ର ନେତା ଅମ୍ରିତ ପ୍ରିୟଦର୍ଶନ ପଣ୍ଡା, ବରୁଣ କୁମାର ସାହୁ ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Exit mobile version