ସରିଆଁ ଠାରେ ଯୁବ ବିକାଶ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ (୬ ଅଗଷ୍ଟ ଶନିବାର) କଳାହାଣ୍ଡି :- ନର୍ଲା ବ୍ଳକ ସରିଆଁ ଗ୍ରାମର ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନରେ ଯୁବ ଅନୁଷ୍ଠାନ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ଓ ଲେଖାପାଲ ଦ୍ଵିତୀୟା ବନଛୋରଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଦୁର୍ବାଦଳ ଭୋଇ,

ସମ୍ପାଦକ ମିଲନ ଭୋଇ, ଉପସଭାପତି ଶୁକଦେବ ସାହୁ, ପୂର୍ବତନ ସଭାପତି ସ୍ବାଧୀନ ଭୋଇ ପ୍ରମୁଖ ଯୁବ ଅନୁଷ୍ଠାନ ବିକାଶ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ଅନୁଷ୍ଠାନର ସଂଯୋଜକ ପ୍ରତ୍ୟୁଷ ଭୋଇ, ସୁନନ୍ଦ ଭୋଇ, ସୈ।ରଭ ଭୋଇ, ସାହିଲ ଭୋଇ, ଭକ୍ତ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ। ନବୀନ ସାହୁ ଓ ସୁଶିଲ ପଧାନ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।

Exit mobile version