ମରଣଯନ୍ତା ପାଲଟିଛି ଗଜପତି ଜିଲ୍ଲାର ନୂଆଗଡ଼ ଠାରୁ ଲୁହାସିଂ ରାସ୍ତା

ରାସ୍ତା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୨୮୩.୦୩ ଲକ୍ଷ୍ୟ ଟଙ୍କା ଅଟକଳରେ ୨୦୧୬ସାଲରେ କାର୍ଯ୍ୟ ଆରମ୍ବ ହୋଇ ୨୦୧୭ସାଲରେ କାର୍ଯ୍ୟ ସମାପ୍ତ ହେବା ସହ ୫ବର୍ଷ ଠିକାଦାରଙ୍କ ଦ୍ବାରା କାର୍ଯ୍ୟର ରକ୍ଷଣ ବେକ୍ଷଣ ଅବଧି ଫଳକରେ ଅଲେଖ ରହିଛି ।

ଓଡ଼ିଶା ତାଜା ନ୍ୟୁଜ (୬ ଅଗଷ୍ଟ ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ନୂଆଗଡଠାରୁ ଲୁହାସିଂ ରାସ୍ତାଟି ମରଣଯନ୍ତା ପାଲଟିଛି ରକ୍ଷଣା ବେକ୍ଷଣ ଅଭାବରୁ ବହୁ ବର୍ଷ ହେଲା ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ, ପଥର ମେଟଲ ଉଠି ଖାଲ ଖମା ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ସାମାନ୍ୟ ବର୍ଷା ହେଲେ ଖାଲ ଖମା ରାସ୍ତା ମାନଙ୍କରେ ପାଣି ଜମି ରହୁଛି। ଏହି ଭଳି ଥିବା ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି। ଏହି ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟି ଥିବାରୁ ଅଞ୍ଚଳର ଲୋକେ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଦୁର୍ଦ୍ଦଶା ଭୋଗୁଛନ୍ତି l

ଗଜପତି ଜିଲ୍ଲା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଅଞ୍ଚଳ ନୂଆଗଡ଼ ଠାରୁ ଲୁହାସିଂ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଏହି ରାସ୍ତା ଗୁମ୍ମା ବ୍ଲକ ଦେଇ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବାରୁ ଲୋକେ ସ୍ଵାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ବ୍ୟବସାୟ ଏବଂ ବିଭିନ୍ନ କାର୍ଯ୍ୟ ନିମନ୍ତେ ପ୍ରତ୍ୟେକ ଦିନ ସହ ସହ ଲୋକେ ବିଭିନ୍ନ ଯାନ ବାହାନାରେ ଏହି ରାସ୍ତାରେ ଯିବା ଆସିବା କରନ୍ତି। ଅଞ୍ଚଳର ଗର୍ଭବତୀ ମହିଳାଙ୍କୁ କିମ୍ବା ଅକସ୍ମାତ୍ କାହାର ଦୁର୍ଘଟଣା ଘଟିଲେ ଏଭଳି ଶୋଚନୀୟ ରାସ୍ତାରେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥାଏ । ବିଭିନ୍ନ ସମୟରେ ବିଭାଗୀୟ କର୍ମଚାରୀ ଏବଂ ଉଚ୍ଚ ଜନ ପ୍ରତିନିଧି ମାନେ ଏହି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ରାସ୍ତାରେ ଯିବା ଆସିବା କରୁଥିଲେ ମଧ୍ୟ ରାସ୍ତା ମରାମତି କରିବା ପାଇଁ ତତ୍ପରତା ଦେଖାଉ ନଥିବାରୁ ଅଞ୍ଚଳର ଜନ ସାଧାରଣଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ସମସ୍ତ ଜନ ପ୍ରତିନିଧି ଓ ବୁଦ୍ଧିଜୀବି ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି।

ଏହି ରାସ୍ତା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୨୮୩.୦୩ ଲକ୍ଷ୍ୟ ଟଙ୍କା ଅଟକଳରେ ୨୦୧୬ସାଲରେ କାର୍ଯ୍ୟ ଆରମ୍ବ ହୋଇ ୨୦୧୭ସାଲରେ କାର୍ଯ୍ୟ ସମାପ୍ତ ହେବା ସହ ୫ବର୍ଷ ଠିକାଦାରଙ୍କ ଦ୍ବାରା କାର୍ଯ୍ୟର ରକ୍ଷଣ ବେକ୍ଷଣ ଅବଧି ଫଳକରେ ଅଲେଖ ରହିଛି । କିନ୍ତୁ ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ନିମ୍ନ ମାନର କାର୍ଯ୍ୟ
ହୋଇଥିବା ଯୋଗୁ ଅଳ୍ପ ଦିନ ମଧ୍ୟରେ ରାସ୍ତାର ଅନେକ ସ୍ଥାନରେ ପିଚୁ, ମେଟେଲ ଉଠି ଖାଲ ଖମାରେ ଭର୍ତି ହେଉ ଥିବା ଅଞ୍ଚଳ ବାସି ଅଭିଯୋଗ କରିଛନ୍ତି। ଠିକା ଦାରଙ୍କ ରକ୍ଷଣ ବେକ୍ଷଣ ଅବଧି ଭିତରେ ପୂର୍ତ୍ତ ବିଭାଗ ଏହାର ଦାଇତ୍ପ ନେଇଥିବା ସୂଚନା ମିଳିଛି।

କିନ୍ତୁ ପୂର୍ତ୍ତ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ ଦୀର୍ଘ ବର୍ଷ ହବ ଏହି ରାସ୍ତାର ମରାମତି ହେବାର ନାଁ ଧରୁନି। ତେଣୁ ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନ ଏହି ରାସ୍ତା ପ୍ରତି ଦୃଷ୍ଟି ଦେଇ ମରାମତି କରିବା ସହ ପକା ରାସ୍ତା ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସି। ଏବିଷୟ ନେଇ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ କର ଙ୍କୁ ପଚାରିବାରୁ ନୂଆଗଡ଼ ଠାରୁ ଲୁହାସିଂ ପର୍ଯ୍ୟନ୍ତ ଡବଲ ରାସ୍ତା ନିମନ୍ତେ ସର୍ଭେ କାର୍ଯ୍ୟ ସମାପ୍ତ ହୋଇ ଡିପିଆର ପ୍ରପୋଜଲ୍ ଦିଆ ହୋଇଛି ବର୍ତ୍ତମାନ ସ୍କୁଟିନ ଯାଲିଛି। ସ୍କୁଟିନ ପରେ ଟେଣ୍ଡର ପ୍ରକ୍ରିୟା କରାଯାଇ ନୂତନ ଭାବରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି।

Exit mobile version