ମୋହନା ବ୍ଲକ ଶିକୁଳିପଦର ପଞ୍ଚାୟତର କାମ୍ପଗୁଡ଼ା ଗ୍ରାମ ପୋଖରୀ ରେ ଶୌଚ ହେବାକୁ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ (୬ ଅଗଷ୍ଟ ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସିକୁଳିପଦର ପଂଚାୟତ କାମ୍ପଗୁଡା ଗ୍ରାମ ପୋଖରୀ ଜଣେ ଯୁବକ ଶୌଚ ହେବାକୁ ଯାଇ ପାଣିରେ ବୁଡି ମୃତୁ ବରଣ କରିଛି।ଗତ କାଲି ସିକୁଳିପଦର ଗ୍ରାମ ପଞ୍ଚାୟତ ର ଲାବଣ୍ୟ କାର୍ଜୀ (୪୫)ବର୍ଷ କାମ୍ପାଗୁଡା ଗ୍ରାମର ଜଣେ ଲୋକଙ୍କ ଘର ଛପର କରିବାକୁ ଆସିଥିଲେ । ସନ୍ଧ୍ୟା ସମୟରେ କାର୍ଯ୍ୟ ସାରି ନିତ୍ୟକର୍ମ ସାରି ଘରକୁ ଯାଇଥାନ୍ତେ ।

କିନ୍ତୁ ବିଧିର ବିଧାନ ଅଲଗା ପୋଖରୀକୁ ଶୌଚ ହୋଇ ଗାଧୋଇ ଯିବା ସମୟରେ ଜୀବନ ହାରିଲେ । ଗ୍ରାମ ବାସୀ ପୋଖରୀ ମଧ୍ୟରେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ଲାବଣ୍ୟକୁ ନ’ପାଇ ମୋହନା ଅଗ୍ନିସମ ବିଭାଗ କୁ ଖବର ଦେଇଥିଲେ । ଆଜି ସକାଳଘଟଣା ସ୍ଥଳରେ ପହଞ୍ଚି ପୋଖରୀ ମଧ୍ୟରେ ଖୋଜାଖୋଜି କରି ନିଖୋଜ ଥିବା ଲାବଣ୍ୟଙ୍କ ମର ଶରୀର ପାଇ ଥିଲେ ।ମୋହନା ଅଗ୍ନିଶମ ବିଭାଗ ମୁଖ୍ୟ ତାରାକାନ୍ତ ମହାପାତ୍ର ପ୍ରକାଶ କରିଛନ୍ତି ।

 

Exit mobile version