ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ପଡିଆ ସଦର ମହକୁମା : ତହସିଲଦାରଙ୍କ ଦ୍ବାରା ଜମି ପଟ୍ଟା ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ମଙ୍ଗଳବାର ) ପଡିଆ :- ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ପଡିଆ ସଦର ମହକୁମା ସ୍ଥିତ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ତହସିଲଦାର ଶ୍ରୀ ସବିର ସାହା ୧୧ଟି ସ୍କୁଲ ଜମି ପଟ୍ଟା ବଣ୍ଟନ କରିଛନ୍ତି । ପଡିଆ ବ୍ଳକ ଅନ୍ତର୍ଗତ ଗଠନ ପାଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏମପିଭି- ୬୬ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁଞ୍ଚନପାଲ୍ଲୀ ପ୍ରାଥମିକ ବିଦ୍ୟାଳୟ, ପଡିଆ ଏସ୍ଏସ୍ ଡି ହାଇସ୍କୁଲ,

ଗଠନ ପାଲ୍ଲୀ ସ୍ଥିତ ନବୀନ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଏମ୍ ଭି- ୫୮ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଡିଆ ସରକାରୀ ଉଚ୍ଚ ବିଦ୍ୟାଳୟ, ନିଲିଗୁଡା ପଞ୍ଚାୟତ ଅନ୍ତର୍ଗତ ପରଶନପାଲ୍ଲୀ ଉଚ୍ଚ ବିଦ୍ୟାଳୟ, ଇରାଲଗୁଣ୍ଡି ସ୍ଥିତ ଭୀମା ମାଡକାମି ଉଚ୍ଚ ବିଦ୍ୟାଳୟ, ମାଟେରୁ ପଞ୍ଚାୟତ ସ୍ଥିତ ମାଟେରୁ ଏସ୍ଏସ୍ ଡି ହାଇସ୍କୁଲ ଏବଂ ଶିମିଳିବାଞ୍ଚା ପଞ୍ଚାୟତ ସଦର ମହକୁମା ସ୍ଥିତ ଉଚ୍ଚ ବିଦ୍ୟାଳୟ ଜମି ପଟ୍ଟା ବଣ୍ଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପଡିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଲି, ପଡିଆ ରାଜସ୍ୱ ନିରୀକ୍ଷକ ଚିନ୍ମୟ ମହାପାତ୍ର ସମେତ ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ଓ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହା ପରେ ତହସିଲଦାର ଶ୍ରୀ ସବିର ସାହା ପଡିଆ ଲ୍ୟାମ୍ପସ୍ ରେ ପଞ୍ଜୀକରଣ କରିଥିବା ପଡିଆ ଓ ଆଖପାଖ ଚାଷୀଙ୍କ ଜମିକୁ ଯାଇ ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରଣ କାର୍ଯ୍ୟ ତଦାରଖ କରିଥିଲେ । ଏହି ସମୟରେ ପଡିଆ କୃଷି ବିଭାଗର ସୁରଜ୍ କୁମାର ଉପସ୍ଥିତ ରହି ଚାଷୀଙ୍କ ଚିହ୍ନଟ ପ୍ରକ୍ରିୟାରେ ସହଯୋଗ କରିଥିଲେ ।

Exit mobile version