ଗଜପତି ଜିଲ୍ଲା ମୋହନା ପୋଲିସ ଦ୍ଵାରା ବାଇକ ଓ ମୋବାଇଲ ଜବତ ବିକ୍ରେତା ଓ କ୍ରେତା ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ମଙ୍ଗଳବାର ) ପାରଳାଖେମୁଣ୍ଡି :- ଥାନା ଅନ୍ତର୍ଗତ ବେଲପଡା ଗ୍ରାମରେ ୨୯ ତାରିଖ ରାତିରେ ଏକ ବିବାହ ଭୋଜିକୁ ଯାଇଥିବା କିଛି ଲୋକଙ୍କ ୫ଟି ମୋବାଇଲ ଚୋରୀ ହୋଇଥିଲା।ଏନେଇ ମୋହନା ଥାନାରେ ୧୨୪ / ୨୨ରେ ମାମଲା ରୁଜ୍ଜୁ ହୋଇଥିଲା। ସେହିପରି କିଛି ଦିନ ତଳେ ମୋହନା କଲେଜ ଛକ ନିକଟରେ ରହିଥିବା ପ୍ରିୟା ହୋଟେଲ ସମ୍ମୁଖରୁ କରଚ଼ବାଡି ପଞ୍ଚାୟତ ଅଧିନ ବୁଡରିଙ୍ଗ ଗ୍ରାମର ଜନୈକ ବ୍ୟକ୍ତିଙ୍କର ଏକ ହିରୋ ଗ୍ଳୋମୋର ବାଇକ ନଂ (ଓଡି୨୦ସିଠ୧୪୬) ଚୋରୀ ହୋଇଥିଲା । ଥାନା କେସନଂ ୧୪୪ / ୨୨ ରେ ମାମଲା ରୁଜ୍ଜୁ ହେବା ପରେ ଥାନା ଅଧିକାରୀ ସୁଜିତ କୁମାର ନାୟକ ତଦନ୍ତ ଜାରୀ ରଖିଥିଲେ ।

ଚୋରୀ ସହ ସଂପୃକ୍ତ ଥିବା ଶିକୁଳିପଦର ପଞ୍ଚାୟତ ଅନ୍ତର୍ଗତ ପଦାସାହି ଗ୍ରାମର ରାଜେନ୍ଦ୍ର ଜାନି ଚୋରୀ ମୋବାଇଲ ଗୁଡିକୁ ଲୁହାଗୁଡି ଗ୍ରାମର ଚକ୍ରଧର ଗୌଡକୁ ବିକ୍ରି କରିଥିଲା । ଚୋରୀ ସାମଗ୍ରୀ କିଣିବା ଅଭିଯୋଗରେ ତାକୁ ଗିରଫ କରାଯିବା ସହ ଜାନି ଠାରୁ ଚୋରୀ ହୋଇଥିବା ବାଇକ ମଧ୍ୟ ପୁଲିସ ଜବତ କରିଛି । ପୂର୍ବରୁ ମଧ୍ୟ ଏକ ବାଇକ ଶିକୁଳିପଦର ଗାଁରୁ ଚୋରୀ ହୋଇଥିଲା । ସେ ଏଥିରେ ସାମିଲ ଥିବା ରବିବାର ଦିନ ଅପରାହ୍ନରେ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରା.ଉଦୟଗିରି SDPO ଦିଲ୍ଲୀପ କୁମାର ନାୟକ ଓ ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Exit mobile version