
ଓଡ଼ିଶା ତାଜା ନ୍ୟୁଜ (୩୧ ଜୁଲାଇ ରବିବାର) ନୂଆଦିଲ୍ଲୀ :- ବିଶିଷ୍ଟ ସମାଜସେବୀ ଏବଂ ଶୋଭାନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡଃ ଅରୁନ୍ଧତୀ ଦେବୀଙ୍କୁ ଚଳିତ ବର୍ଷର ବୀର ବାଜି ରାଉତ ସମ୍ମାନ ପ୍ରଦାନ କରାଯାଇଛି। ସମାଜର ସବୁକ୍ଷେତ୍ରରୁ ଅଶୋଭନୀୟତାର ଦୂରୀକରଣ ଏବଂ ଜନକଲ୍ୟାଣ ନେଇ ତାଙ୍କର ଜୀବନତମାମ ଅବଦାନ ସକାଶେ ଡଃ ଦେବୀଙ୍କୁ ଏହି ସମ୍ମାନନୀୟ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇଥିବା ଜଣାଯାଇଛି। ଉତ୍କଳ ଭାରତୀ ପତ୍ରିକା ତରଫରୁ ଜାତୀୟସ୍ତରରେ ପ୍ରତିଷ୍ଠିତ ଏହି ସମ୍ମାନ, ବାଜିରାଉତଙ୍କର ସ୍ମୃତିରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ମୁକ୍ତ ଶିକ୍ଷା ବିଦ୍ୟାଳୟ ଠାରେ ଆୟୋଜିତ ଜାତୀୟ ଆଲୋଚନା ଚକ୍ର ଅବସରରେ ଡଃ ଦେବୀଙ୍କୁ ପ୍ରଦାନ କରାଯାଇଛି।
