ସମାଜର ଅତ୍ୟାବଶ୍ୟକୀୟ ସେବା କରୁଥିବା ବର୍ଗଙ୍କୁ : ସରକାର କରୁଛନ୍ତି ଅଣଦେଖା

ଓଡ଼ିଶା ତାଜା ନ୍ୟୁଜ (୩୧ ଜୁଲାଇ ରବିବାର) ଭୁବନେଶ୍ୱର :- ରାଜ୍ୟ ସରକାରଙ୍କର ଅନୁସୂଚିତ ଜାତି ତାଲିକାରେ କ୍ରମିକ ସଂଖ୍ୟା ୬୦ରେ ଉଲ୍ଲେଖ ଥିବା ଜାତି ମେହେତର( ମେହେନ୍ତର ) ଏବଂ ସମ୍ପୃକ୍ତ ଜାତିର ରେକର୍ଡ ଅଫ୍ ରାଇଟ୍ ବା ଜମି ପଟ୍ଟାରେ ଥିବା ରାଜ୍ୟର ୧୦ଲକ୍ଷ ମେହେତର ଦୀର୍ଘ ବର୍ଷ ଧରି ଜାତିଗତ ପ୍ରମାଣପତ୍ର ନ ପାଇ ସମସ୍ତ ପ୍ରକାର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଥିବାବେଳେ ଗତ ୨୩.୦୭. ୨୦୨୨ତାରିଖ ଦିନ ବିଧାନସଭାରେ ବୈଧାନିକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦେଇଥିବା ଉତ୍ତର ବିଭ୍ରାନ୍ତିକର ଓ ଦୁଃଖଦାୟକ ବୋଲି ଅଲ୍ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ଅଭିଯୋଗ କରିଛି ।

ପରିଷଦର ସାଧାରଣ ସମ୍ପାଦକ ଅଶୋକ କୁମାର ନାୟକ ଆଜି ଏକ ସାମ୍ବାଦିକ ସଂମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ ମେହେତର( ମେହେନ୍ତର) ମାନଙ୍କୁ ଅନୁସୂଚିତ ଜାତି ତାଲିକାରେ ସାମିଲ ପାଇଁ ରାଜ୍ୟ ଅନୁସୂଚିତ ଜାତି /ଜନଜାତି ଗବେଷଣା ପ୍ରତିଷ୍ଠାନର ଗବେଷକ ଶରତ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ସର୍ଭେ କରାଯାଇ ଚିଠି ସଂଖ୍ୟା ୨୧୨୭ /ଆର୍ -୮୪ /୮୯ ତା ୦୮.୧୧.୧୯୯୯ ରିଖରେ ରାଜ୍ୟ ସରକାରଙ୍କର ଅନୁସୂଚିତ ଜାତି ବିଭାଗକୁ ଜଣାଇ ଦିଆଯାଇଥିବାବେଳେ ମେହେତର ମାନଙ୍କର ଏଥେନିକ୍ ରିପୋର୍ଟ, କାଷ୍ଟ ସ୍ଟାଟସ ରିପୋର୍ଟ ତଥା ଅନୁସୂଚିତ ଜାତି,

ଜନଜାତି ଗବେଷଣା ପ୍ରତିଷ୍ଠାନର ପୂର୍ବତନ ନିର୍ଦେଶକ ଅଖିଳ ବିହାରୀ ଓତାଙ୍କ ଲିଖିତ ପପୁଲେସନ୍ ଅଫ୍ ସେଡ୍ୟୁଲଡ୍ କାଷ୍ଟ ଇନ୍ ଓଡ଼ିଶାରେ ମେହେତର(ମେହେନ୍ତର) ମାନଙ୍କର ଜାତି, ସାମାଜିକ ବ୍ୟବସ୍ଥାରେ ତାଙ୍କର ସ୍ଥିତି, କୌଳିକ ବୃତ୍ତି, ବାସସ୍ଥାନ ଓ ପାରମ୍ପରିକ ରୀତିନୀତି ସମ୍ପର୍କରେ ବିଷଦ ଭାବରେ ଉଲ୍ଲେଖ କରାଯାଇଛି। ରାଜ୍ୟ ସରକାର ଏ ସମସ୍ତ ତଥ୍ୟ ନ ଦେଇ ୧୯୭୮ ମସିହାରେ ମେହେତର ମାନଙ୍କୁ ଅନୁସୂଚିତ ଜନଜାତି ତାଲିକାରେ ସଂଯୋଗ ପାଇଁ କେନ୍ଦ୍ରକୁ ସୁପାରିସ କରି ପର୍ଲାମେଣ୍ଟ ଅନୁମୋଦନ ଲୋଡିଥିଲେ। ମାନ୍ୟବର ମନ୍ତ୍ରୀଙ୍କ ବିଧାନସଭାର ଉତ୍ତରରେ ଏହା ଉଲ୍ଲେଖ କଲେନାହିଁ |

ଫଳରେ ଅନେକ ଗୁଡିଏ ଜନଜାତି ସହିତ ମେହେତର ମାନଙ୍କୁ ସାମିଲ କରି ୧୯୭୮ ମସିହାରେ କେନ୍ଦ୍ରକୁ ପଠାଇ ଥିବା ପ୍ରସ୍ତାବଟି ଦୀର୍ଘ ୩୮ ବର୍ଷ ପରେ ଉପଯୁକ୍ତ ମାପଦଣ୍ଡ ବା ତଥ୍ୟ ଅଭାବରୁ ଅଗ୍ରାହ୍ୟ ହୋଇ ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ପାଖକୁ ଫେରି ଆସିଥିଲା | ୨୦୧୪ ମସିହା ଠାରୁ ୨୦୨୨ ମସିହା ମଧ୍ୟରେ ରାଜ୍ୟ ସରକାର ଏହା ଉପରେ କୌଣସି ପଦକ୍ଷେପ ଏଯାଏ ନେଇ ନାହାଁନ୍ତି | ଏଣୁ ରାଜ୍ୟର ୧୦ ଲକ୍ଷ ମେହେତର ପରିବାର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି ।

ଅଲ୍ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ଏ ସମ୍ପର୍କରେ ମେହେତର ମାନଙ୍କ ଅଧିକାର ପାଇଁ ଆନ୍ଦୋଳନ କରି ରଖିଥିବାବେଳେ ବାରମ୍ବାର ଏହି ସମସ୍ୟାଟିକୁ ବିଭିନ୍ନ ସ୍ଥାନରେ ଉପସ୍ଥାପନ କରି ଆସୁଛି | ମେହେତର ମାନଙ୍କୁ ନ୍ୟାୟ ଦେବାପାଇଁ ସମାଜର ସବାତଳ ସ୍ତରରେ ଯୁଗଯୁଗ ଧରି ଅବହେଳିତ ରହିଆସିଥିବା ଏହି ଜାତିପାଇଁ ଗୋଟିକିଆ ପ୍ରସ୍ତାବ ମାଧ୍ୟମରେ ପୂର୍ବର ସମସ୍ତ ତଥ୍ୟ ସହିତ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିସ କରିବାକୁ ପରିଷଦ ଦାବି କରିଛି ।

ଏହି ସମ୍ମିଳନୀରେ ପରିଷଦ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଉପସଭାପତି ଗୋପୀନାଥ ନାୟକ, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ନାୟକଙ୍କ ସମେତ ପରିଷଦର ପରିଷଦର କର୍ମକର୍ତ୍ତା ଶଙ୍କର ନାୟକ, ଦୀପକ ନାୟକ, ପ୍ରମୋଦ ନାୟକ, ପ୍ରଭାକର ନାୟକ, ଅମର ନାୟକ, ବିକାଶ ନାୟକ, ଭରତ ଚନ୍ଦ୍ର ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ସୁକାନ୍ତ ଗୋଛାୟତ, ଚନ୍ଦନ ନାୟକ , ପ୍ରଭାତ ନାୟକଙ୍କ ସମେତ ବିପୁଳ ସଂଖ୍ୟାରେ ସଭ୍ୟମାନେ ଯୋଗ ଦେଇଥିଲେ |

Exit mobile version