ପ୍ରଭାତ ବିଶ୍ୱାଳଙ୍କୁ ଝଟ୍‌କା : ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି

ପ୍ରଭାତ ବିଶ୍ବାଳଙ୍କ ଉପରେ ଚଢ଼ାଉ ହେବା ପରେ ରାଜନେତାଙ୍କୁ ଝଟ୍‌କା

ଓଡ଼ିଶା ତାଜା ନ୍ୟୁଜ (୩୦ ଜୁଲାଇ ଶନିବାର ) ଭୁବନେଶ୍ୱର :- ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଝଟ୍‌କା । ଅର୍ଥନୈତିକ ଠକେଇ କାରବାର୍ ନେଇ ଇଡି ପକ୍ଷରୁ ଏହି ଆକ୍ସନ ନିଆଯାଇଛି ।

ମୋଟ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ଏହି ସମ୍ପତ୍ତି ମଧ୍ୟରେ ପ୍ରଭାତ ବିଶ୍ୱାଳ ଓ ମିଡିଆଗୁରୁ କନ୍ସଲଟାନ୍ସିର ସମ୍ପତ୍ତି ରହିଛି । କଟକ ଏସ୍‌ବିଆଇରେ ଥିବା ପ୍ରଭାତ ବିଶ୍ୱାଳଙ୍କ ୨୫ ଲକ୍ଷ ଟଙ୍କା ରହିଛି । ସେହିପରି ମିଡିଆଗୁରୁର ନୋଏଡାରେ ଥିବା ସମ୍ପତ୍ତିକୁ ଆଟାଚ୍ କରିଛି ଇଡି ।

Exit mobile version