ଗାମ୍ପାକୋଣ୍ଡା ମୃଖ୍ୟ କେନାଲ ରେ ଘାଇ : କେନାଲ ବନ୍ଧ ଭାଙ୍ଗି ଭାଙ୍ଗିଲା – ମାଲକାନଗିରି ଜିଲ୍ଲା

ପୋଟେରୁ ବୃହତ୍ତ ଜଳସେଚନ ବିଭାଗ ଅଧିନସ୍ଥ ଏମ୍ ଭି- ୭୯ ସଵଡିଭିଜନର ଏମ୍ ଭି-୭୫ ଗ୍ରାମ ନିକଟସ୍ଥ ଗାମ୍ପାକୋଣ୍ଡା ମୃଖ୍ୟ କେନାଲ ରେ ଘାଇ ହୋଇ କେନାଲ ବନ୍ଧ ଭାଙ୍ଗି ଭାଙ୍ଗିଲା

ଓଡ଼ିଶା ତାଜା ନ୍ୟୁଜ (୩୦ ଜୁଲାଇ ଶନିବାର ) ମାଲକାନଗିରି :- ମାଲକାନଗିରି ଜିଲ୍ଲା ପୋଟେରୁ ବୃହତ୍ତ ଜଳସେଚନ ବିଭାଗ ଅଧିନସ୍ଥ ଏମ୍ ଭି- ୭୯ ସଵଡିଭିଜନର ଏମ୍ ଭି-୭୫ ଗ୍ରାମ ନିକଟସ୍ଥ ଗାମ୍ପାକୋଣ୍ଡା ମୃଖ୍ୟ କେନାଲ ରେ ଘାଇ ହୋଇ କେନାଲ ବନ୍ଧ ଭାଙ୍ଗି ଯାଇଛି । ଫଳରେ କେନାଲ ତଳ ଚାଷ ଜମିରେ ପାଣି ମାଡ଼ି ଯିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି ‌।

ଖବର ପାଇ ବିଭାଗୀୟ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ସେଠାରେ ପହଞ୍ଚି କେଉଁ ପରିସ୍ଥିତିରେ ଘାଇ ହୋଇଛି ଓ ହୋଇଥିବା ସ୍ଥାନ କିପରି ମରାମତି କରାଯିବ ସେ ନେଇ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଅପର ପକ୍ଷରେ କେନାଲ ରୋଡ଼ କାମ ବେଳେ ଉଭୟ ପଟେ ଠିକ୍ ଭାବେ ମାଟି ଫିଲିଙ୍ଗ କରାଯାଇନଥିବାରୁ ଏପରି ଘାଇ ହୋଇ କେନାଲ ବନ୍ଧ ଭାଙ୍ଗିଲା ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

Exit mobile version