ଗଜପତି ଜିଲାପାଳ ଉଦଘାଟନ କଲେ ; ଛେଳିଗଡ଼ ଜଳ ସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତ – ଲୋକଙ୍କ ବ୍ୟବହାର ପାଇଁ କୋଠଘର

ଓଡ଼ିଶା ତାଜା ନ୍ୟୁଜ (୨୯ ଜୁଲାଇ ଶୁକ୍ରବାର )ପାରଳାଖେମୁଣ୍ଡି :- ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ଼ ଅଂଚଳରେ ହେଉଥିବା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ସ୍ଥାନୀୟ ଅଂଚଳବାସୀ ନିଜର ଜୀବନ ଜୀବିକା ହରାଇ ଚାଷ ଜମି ପ୍ରଦାନ କରି ପ୍ରକଳ୍ପ ସ୍ଥାପନ ନିମନ୍ତେ ସହଯୋଗ କରୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସେହି କ୍ଷତିଗ୍ରସ୍ତ ଅଂଚଳରେ ବାସ କରୁଥିବା ଲୋକଙ୍କ ନିମନ୍ତେ ଥଇଥାନ କଲୋନୀ ତୟାର କରି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରୁଥିବା ବେଳେ ଜିଲାପାଳ ସେହି ଲୋକଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ନିତ୍ୟ ବ୍ୟବହାର୍ଯ୍ୟ ନିମନ୍ତେ କୋଠଘର କରି ଲୋକଙ୍କୁ ହସ୍ତାନ୍ତର କରିଥିଲେ।ସେହି ଗୃହ ଗୁଡିକୁ ଜିଲାପାଳ ସମସ୍ତ ଅଧିକାରୀ ଏବଂ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ।

ଏହି କୋଠଘର ଗୁଡିକ ନୂଆଗାଁ ଠାରେ ୧୬ଲକ୍ଷ ଟଙ୍କା ବ୍ୟୟ କରି ନିର୍ମାଣ କରାଯାଇଥିବା ବେଳେ କନ୍ଧଢ଼ିହ ଠାରେ ମଧ୍ୟ ସେହି ସମ ପରିମାଣ ଅର୍ଥ ବ୍ୟୟ ଅଟକଳ ରେ କୋଠଘର ନିର୍ମାଣ କରି ଲୋକଙ୍କୁ ହସ୍ତାନ୍ତର କରିଥିଲେ।ଏହା ସହ ମହେନ୍ଦ୍ରଗଡ଼ ଠାରେ ଥିବା ପ୍ରକଳ୍ପର ମୁଖ୍ୟ କାର୍ଯ୍ୟାଳୟ ପରିସର ମଧ୍ୟରେ ୧୦ଲକ୍ଷ ଟଙ୍କା ବ୍ୟୟରେ ଏକ କୋଠାକୁ ମରାମତି କରି ଵିଶ୍ରାମଗୃହ ନିମନ୍ତେ ବ୍ୟବହାର କରିବା ନିମନ୍ତେ ତିଆରି ହୋଇଥିବାରୁ ତାହାକୁ ମଧ୍ୟ ଜିଲାପାଳ ଉଦଘାଟନ କରିଥିଲେ।

ଏହି ସବୁ କାର୍ଯ୍ୟକ୍ରମ ରେ ଜିଲାପାଳ ଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପ୍ରଦୀପ କୁମାର ନାୟକ, ପ୍ରକଳ୍ପ ମୁଖ୍ୟ ତଥା ଅଧିକ୍ଷଣ ଯନ୍ତ୍ରୀ ଇଂ. ନଗେନ୍ଦ୍ର ନାଥ ମହାରଣା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଦେବାଶିଷ ନାୟକ, କନିଷ୍ଟ ଯନ୍ତ୍ରୀ ଇଂ. ବିଜୟ କୁମାର କିସ୍କୁ ସମେତକାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହା ସହ ଜିଲାପାଳ ଲିଙ୍ଗରାଜ ପଣ୍ଡା ବୁଡି ଅଞ୍ଚଳରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ସହ ଆଲୋଚନା କରି ସରକାରଙ୍କ ସମସ୍ତ ଯୋଜନା ର ଲାଭ ଯେମିତି ହାସଲ ହେବ ସେହି ସମ୍ପର୍କରେ ଆଲୋଚନା କରିଥିଲେ । ଜିଲାପାଳ ଙ୍କୁ ସ୍ଥାନୀୟ ଲୋକମାନେ ନିଜ ପାରମ୍ପରିକ ସାଜସଜ୍ଜା ହୋଇ ଗୀତ ନାଚ କରି ପାଛୋଟି ନେଇଥିଲେ ।

Exit mobile version