ପଦ୍ମପୁର ରେ ଉଜ୍ବଳ ଭାରତ ଉଜ୍ବଳ ଭବିଷ୍ୟତ : ବିଜୁଳି ମହୋତ୍ସବ

ଓଡ଼ିଶା ତାଜା ନ୍ୟୁଜ (୨୯ ଜୁଲାଇ ଶୁକ୍ରବାର ) ପଦ୍ମପୁର :- ପଦ୍ମପୁର ଅଞ୍ଚଳ କଲେଜ୍ ଠାରେ ଉଜ୍ବଳ ଭାରତ ଉଜ୍ବଳ ଭବିଷ୍ୟତ ବିଜୁଳି ମହୋତ୍ସବ ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଓ ସମ୍ମାନିତ ଅତିଥି ରୂପେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଯୋଗଦେଇ ଜୀବନରେ ବିଜୁଳି ର ମହତ୍ଵ ପୂର୍ଣ୍ଣ ଭୂମିକା, ତଥା ଭବିଷ୍ୟତ ପାଇଁ ଶକ୍ତି ସଂଚୟ ଉପରେ ଗୁରୁତ୍ୱାରୋପ କରିଥିଲେ ।

ସେହିପରି କେନ୍ଦ୍ର ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଉପଭୋକ୍ତା ଙ୍କୁ ଦିଆଯାଉଥିବା ସୁବିଧା ଏବଂ ଏହାର ସତବିନିଯୋଗ ଉପରେ ଆଲୋଚନା କରିଥିଲେ । ଅଧ୍ୟାପିକା ଶ୍ରୀମତୀ ସଂଘମିତ୍ରା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ଭୋଇ, ଅଞ୍ଚଳ କଲେଜ୍ ର ଅଧ୍ୟକ୍ଷ ଡ଼ଃ ଲଲାଟେନ୍ଦୁ ନାୟକ, ଟିପିଡବ୍ଲୁଓଡିଏଲ ର ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ହୋତା, ଏନଟିପିସି ର ଅଧିକାରୀ ବିଦ୍ୟାଭୂଷଣ ମହାପାତ୍ର,ଓପିଟିସିଏଲ ର ଅଧିକାରୀ ରାଜା ମଣି ବାରିକ ଯୋଗଦେଇ ଥିଲେ। ଏହି ଅବସରରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ପାଲା ପରିବେଷଣ କରାଯାଇଥିଲା ।

 

Exit mobile version