ଓଡ଼ିଶା ତାଜା ନ୍ୟୁଜ (୨୮ଜୁଲାଇ ଗୁରୁବାର) ପାରଳଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ଚଳିତ ଧାନ ସଂଗ୍ରହ ବର୍ଷ ୨୦୨୨-୨୦୨୩ ପାଇଁ ଜିଲ୍ଲାରେ ଚାଷୀଙ୍କ ଠାରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ନିମନ୍ତେ ପ୍ରଚାର ଅଭିଯାନ ରଥର ଶୁଭାରମ୍ଭ ହୋଇଯାଇଛି ।ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି ପ୍ରଚାର ସଚେତନତା ଅଭିଯାନ ରଥକୁ ସବୁଜ ପତାକା ଦେଖାଇଶୁଭଆରମ୍ଭ କରିଥିଲେଖରିଫଧାନସଂଗ୍ରହଆସନ୍ତା ୧/୧୧/୨୦୨୨ ତାରିଖ ଠାରୁ ୩୧/୩/୨୦୨୨ ରିଖ ମଧ୍ୟରେ ପରିଚାଳିତ ହେବ । ଏହି ଲମ୍ବା ସମୟ ମଧ୍ୟରେ ଜିଲ୍ଲାରେ ଚାଷୀଙ୍କ ଫସଲ ଅମଳ ସମୟକୁ ଦୃଷ୍ଟିରେ ରଖି ଖରିଫ ଧାନ କ୍ରୟ କାର୍ଯ୍ୟ ସମ୍ପାଦନ କରାଯିବ ଏଥିପାଇଁ ଚାଷୀମାନେ ସେମାନଙ୍କ ନିକଟସ୍ଥ ଅନୁମୋଦିତ ପ୍ରାଥମିକ କୃଷି ସମବାୟ ସମିତି ପେକ୍ସ ବା ଲ୍ୟାମ୍ପ ଏସଏଚଜି ପାଣି ପଞ୍ଚାୟତ ଆଗୁଆ ପଞ୍ଜିକରଣ କରିବାକୁ ଆବଶ୍ୟକ ବୋଲି କୁହାଯାଇଛି ।
ମୁଖ୍ୟତଃ ଏହି ପ୍ରଚାର ସଚେତନତା ଅଭିଯାନ ରଥ ବିଭିନ୍ନ ଗ୍ରାମକୁ ଯାଇ ସେଠାରେ ଗ୍ରାମର ଚାଷୀମାନଙ୍କୁ ପଞ୍ଜିକରଣ ପ୍ରକ୍ରିୟା ଏଥିପାଇଁ ଆବଶ୍ୟକୀୟ କାଗଜପତ୍ର , ପଞ୍ଜିକରଣ ଅବଧି , ଭାଗଚାଷୀ , କ୍ଷୁଦ୍ର ଓ ନାମମାତ୍ର ଚାଷୀ , ସମିତିର ଦାୟିତ୍ୱ , ହେଲ୍ପ ଡେସ୍କ ଓ ହେଲ୍ପ ଲାଇନ ପ୍ରଭୃତି ଉପରେ ମାଇକ ଯୋଗେ ପ୍ରଚାର କରି ଚାଷୀଙ୍କୁ ସଚେତନ କରାଇବା ସହ ଏ ସମ୍ପର୍କିତ ସଚେତନତା ପ୍ରଚାର ପତ୍ର (ପାମ୍ପଲେଟ) ବଣ୍ଟନ କରିବ ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା କହିଛନ୍ତି ଯେ , ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲାରେ ୨ ଟା ଚାଷୀ ପଞ୍ଜିକରଣ ପ୍ରଚାର ରଥ ବାହାରିଛି ।ଏହା ଆସନ୍ତା ୧୬ ଅଗଷ୍ଟ ତାରିଖ ପର୍ଯନ୍ତ ପଞ୍ଜିକରଣର ଶେଷ ତାରିଖ ରହିଛି । ଜିଲ୍ଲାରେ ୧୬ ହଜାର ଚାଷୀ ରହିଛନ୍ତି , ଯେଉଁମାନେ କି ଏଥିରେ ପଞ୍ଜିକରଣ କରିବେ ଏବଂ ଭାଗଚାଷୀ ମିଶାଇ ପ୍ରାୟ ୨୦ ହଜାର ପର୍ଯ୍ୟନ୍ତ ହେବ ।
ଏହି ପ୍ରଚାର ଅଭିଯାନ ରଥ ଜିଲ୍ଲାର ପାରଳାଖେମୁଣ୍ଡି ସମେତ , କାଶିନଗର ଗୁମ୍ମା ଓ ଗୋସାଣୀ ବ୍ଲକଅଞ୍ଚଳ ପାଇଁ ଗୋଟିଏ ଏବଂ ମୋହନା , ନୂଆଗଡ , ରା ଉଦୟଗିରି ଓ ରାୟଗଡ଼ ବ୍ଲାକାଞ୍ଚଳ ପାଇଁ ଗୋଟିଏ ଗାଡି , ପ୍ରଚାର କରିବ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ଏସପି: ଶ୍ରୀ ଜୟରାମ ଶତପଥୀ , ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା , ଏସିଏସଓ: ଶ୍ରୀ ଶତ୍ରୁଘନ ଗିରି , ଏଆରସିଏସ ଶ୍ରୀ ହରିହର ସେଠ ଓ କାର୍ଯ୍ୟାଳୟର ଶ୍ରୀ ବିକେ ସେଠୀ ଏବଂ ଆରଏମସି ସେକ୍ରେଟାରୀ ଶ୍ରୀଏଲରଘୁବାବୁ ପ୍ରମୁଖଙ୍କ ସମେତ ଏଆରସିଏସଜିଲ୍ଲା ଯୋଗାଣ ଓ ଆରଏମସି ବିଭାଗର ବହୁ ଅଧିକାରୀ ଓ କର୍ମଚାରି ଉପସ୍ଥିତ ଥିଲେ ।
