ପାରଳାଖେମୁଣ୍ଡିରେ ଚାଞ୍ଚଲ୍ୟ । ଏକ ଘୋରେଇ ନର୍ସିଂ କଲେଜର କ୍ଲାସରୁମରୁ ସନ୍ଦେହ ଜନକ ଭାବେ ଝୁଲୁଛି ଛାତ୍ରୀଙ୍କ ମୃତଦେହ

ଓଡ଼ିଶା ତାଜା ନ୍ୟୁଜ (୨୮ଜୁଲାଇ ଗୁରୁବାର) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡିରେ ଚାଞ୍ଚଲ୍ୟ । ନର୍ସିଂ କଲେଜର କ୍ଲାସ ରୁମରୁ ସନ୍ଦେହ ଜନକ ଭାବେ ଝୁଲୁଛି ଛାତ୍ରୀଙ୍କ ମୃତଦେହ । ମୃତ ଛାତ୍ରୀଙ୍କ ନାମ ଅଖିଳା ବେହେରା ହୋଇଥିବା ବେଳେ ତାଙ୍କ ଘର ଗଞ୍ଜାମ ଜିଲ୍ଲାର ହରିପୁର ବୋଲି ଜଣାପଡିଛି । ଏହାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚାଞ୍ଚଲ୍ୟସୂଚନାଅନୁସାରେ, ଅଖିଳା ବେହେରା ଗଜପତି ନର୍ସିଂ କଲେଜର ପ୍ରଥମ ବର୍ଷର ଛାତ୍ରୀ ଥିଲେ ।

ତେବେ ହତ୍ୟା ନା ଆତ୍ମହତ୍ୟା ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରଳାଖେମୁଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଛାତ୍ରୀଙ୍କ ବାପା ମା’ ଆସି ପହଞ୍ଚିବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି କହିଛନ୍ତି ।ଘଟଣାସ୍ଥଳକୁ କାହାରିକୁ ଛଡାଯାଇନାହିଁ । ଏପଟେ କବାଟକିଳା ଘଟଣାକୁ ନେଇ ବର୍ତ୍ତମାନ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏଭଳି କୌଣସି ଘଟଣାରେ ପୋଲିସ ଘଟଣାସ୍ଥଳକୁ ଯିବାକୁ ବାରଣ କରୁନଥିଲେ ସୁଦ୍ଧା ଏହି ଘଟଣାରେ କାହିଁକି ବାରଣ କରାଯାଉଛି ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Exit mobile version