
ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ବୁଧବାର) ଭୁବନେଶ୍ୱର :- ଭୁବନେଶ୍ୱର ୟୁନିଟ୍ -୨ ସରକାରୀ ଉଚ୍ଚ ବିଦ୍ୟାଳୟ ଯାହା ପୂର୍ବରୁ ବାଳିକା ବିଦ୍ୟାଳୟ ଭାବରେ ନାମିତ ଥିଲା । ସେଠାରେ ଏବେ ର ମହାମହିମ ରାଷ୍ଟ୍ରପତି ଡ. ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବାଲ୍ୟଶିକ୍ଷା ସମାପନ କରିଥିଲେ । ଭାରତର ରାଷ୍ଟ୍ରପତି ହେବାପରେ ଏହି ସ୍କୁଲର ଆଲୁମିନି ଆସୋସିଏସନ୍ ପକ୍ଷରୁ ଆଜି ୨୭ ଜୁଲାଇ ୨୦୨୨ ମଧ୍ୟାହ୍ନରେ ସ୍କୁଲ ପ୍ରାଙ୍ଗଣରେ ଶୁଭେଚ୍ଛା ଓ ଅଭିନନ୍ଦନର ସଭା ଆୟୋଜନ କରାଯାଇଥିଲା ।

