Home ଓଡ଼ିଶା ଉଜ୍ବଳ ଭାରତ ଉଜ୍ବଳ ଭବିଷ୍ୟତ@୨୦୪୭ କାର୍ଯ୍ୟକ୍ରମ ଆୟୋଜିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ବୁଧବାର) ବରଗଡ଼ :- ଆଜାଦୀକି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଆଜି ଉଜ୍ବଳ ଭାରତ ଉଜ୍ବଳ ଭବିଷ୍ୟତ@୨୦୪୭ ବିଜୁଳି ମହୋତ୍ସବ ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଯୋଗଦେଇ ବିଜୁଳି ସଂରକ୍ଷଣ ଓ ବ୍ୟବହାର କ୍ଷେତ୍ରରେ ସଚେତନ ହେବାକୁ ଆହ୍ବାନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଯୋଗଦେଇ ଅତିତ ଓ ବର୍ତ୍ତମାନ ଯୁଗରେ ଶକ୍ତି ର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା, ବିଜୁ ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନା,ଦୀନ ଦୟାଳ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନା, ସୈାଭାଗ୍ୟ ଯୋଜନା, ଆଦି ଯୋଜନାର ଉପଯୋଗୀତା, ବିଜୁଳି ଶକ୍ତି ସଂରକ୍ଷଣ, ଉପଭୋକ୍ତା ଅଧିକାର,ବୈଦ୍ୟୁତିକ ସୁରକ୍ଷା, ପ୍ରତ୍ୟେକ ଗୃହ କୁ ବିଜୁଳି,ପ୍ରିପେଡ ସ୍ମାର୍ଟ ମିଟର, ଭବିଷ୍ୟତ ପାଇଁ ଶକ୍ତି ସଂଚୟ ବିଷୟରେ ପ୍ରଜେକ୍ଟର ମାଧ୍ୟମ ରେ ପ୍ରଦର୍ଶନ କରି ଥିଲେ। ସେହିପରି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବିଜୁଳି ଶକ୍ତି ବ୍ୟବହାର ଓ ସଂରକ୍ଷଣ ଉପରେ ସସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ବରଗଡ଼ ପୈାର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ,ଟିପିଡବ୍ଲୁଡିଏଲର ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ହୋତା, ଏନଟିପିସି ର ଅତିରିକ୍ତ ମହାପ୍ରବନ୍ଧକ ବିଦ୍ୟାଭୂଷଣ ମହାପାତ୍ର,ଓପିଟିସିଏଲ ରାଜମଣୀ ବାରିକ ଅତିଥି ଭାବେ ଯୋଗଦେଇ ଥିଲେ। ସଭାକୁ ଅଧ୍ୟାପିକା ଶ୍ରୀମତୀ ସଂଘମିତ୍ରା ମିଶ୍ର ସଂଯୋଜନା କରିଥିଲେ। Categories: ଓଡ଼ିଶା, ବରଗଡ଼, ହୋମ୍ Related Content ଶିକ୍ଷା ବିଭାଗର ଅପାରଗତା ଯୋଗୁଁ ବିଦ୍ୟାଳୟରେ ଚାଲିଛି ଶିକ୍ଷକଙ୍କ ମନଇଚ୍ଛା ରାଜୁତି by Proprietor Abhimanyu Maharana September 19, 2026 ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇ କେବଳ ଔପଚାରିକ ଭାବେ ସରିଲା ସମିତି ବୈଠକ by Proprietor Abhimanyu Maharana September 19, 2026 ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ନୟାଗଡ଼ by Proprietor Abhimanyu Maharana September 19, 2026 ଶ୍ରୀନିବାସପୁର ଶାସନରେ ଗଣେଶ ପୂଜା ଅବସରରେ ଗଣେଶ ଗୀତିନାଟ୍ୟ by Proprietor Abhimanyu Maharana September 19, 2026 ଗିରିପାଲିରେ ବିଧାୟକ ପାଣ୍ଠିରେ ନିର୍ମିତ କମ୍ୟୁନିଟି ସେଣ୍ଟର ଲୋକାର୍ପିତ, ଲଖମନିରେ ବିଶ୍ୱକର୍ମା ପୂଜାରେ ସାମିଲ ହେଲେ ପ୍ରସନ୍ନ ଆଚାର୍ଯ୍ୟ by Proprietor Abhimanyu Maharana September 19, 2026 କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ସାଧାରଣ ବୈଠକ : ସ୍ୱଚ୍ଛତା ଓ ସହର ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ by Proprietor Abhimanyu Maharana September 19, 2026