ବ୍ଲକ ଅଧକ୍ଷ ଙ୍କ ମହାନତା, ରକ୍ତ ଦେଇ ମହିଳାଙ୍କ ଜୀବନ ବଂଚାଇଲେ

ଓଡିଶା ତାଜା ନ୍ୟୁଜ୍‌ (୨୨ ମଇ, ଶୁକ୍ରବାର ) କଟକ,ଜଗତସିଂହପୁର ଜିଲ୍ଲା :- ରକ୍ତ ଦାନ ମହତ ଦାନ, ବିଂଦୁଏ ରକ୍ତ ବଂଚାଇଦିଏ ଜୀବନ,  ଏଭଳି ଏକ ମହତ କାମ କରିଚନ୍ତି ମହିଳା ଙ୍କ ଜୀବନ ବଞ୍ଚାଇ ଓଡ଼ିଶାରେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରଘୁନାଥପୁର ବ୍ଲକ ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ସ୍ଵପ୍ନ ସରିତା ବଳ । କୁଜଙ୍ଗ ବ୍ଲକ ଅଧିନସ୍ତ ଡୁହୁରିଆ ଗ୍ରାମର ମହିଳା ଦୁଃଖୀ ପଲ୍ଲାଇ B+ve ରକ୍ତ ପାଇଁ କଟକରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ,   କଟକ ଠାରୁ ଆରମ୍ଭ କରି  ଜଗତସିଂହପୁର ଜିଲ୍ଲା ପର୍ଯ୍ୟନ୍ତ ସବୁ ବ୍ଲକର  ଜୀବନ ବିନ୍ଦୁ ସଂଯୋଜକ ଙ୍କ ସହିତ ଯୋଗାଯୋଗ କରିଥିଲେ ରକ୍ତ ପାଇଁ କିନ୍ତୁ ତାଙ୍କ ଗ୍ରୁପର ରକ୍ତ ମିଳିଲାନି ।

କିନ୍ତୁ ନିକଟରେ ୩ ମାସ ତଳେ ବି ପଯେଟିବି ରକ୍ତ ଦାନ କରିଥିବା ତିର୍ତୋଲ ବ୍ଲକ  ଅଧ୍ୟକ୍ଷା ବିଷୟରେ ଜାଣି  ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ମଧୁସୁଦନ ସାହୁ ତାଙ୍କୁ ଯୋଗାଯୋଗ କରିଥିଲେ  । କାରଣ ସେହି ନମୁନା ରକ୍ତ ବହୁତ କମ୍ ଲୋକଙ୍କ ଠାରେ ଦେଖା ଯାଏ । କେବଳ ଫୋନ୍ ମାଧ୍ୟମରେ ଖବର ପାଇ  ମେଡିକାଲରେ  ପହଞ୍ଚି ଯାଇଥିଲେ ବ୍ଲକ  ଅଧ୍ୟକ୍ଷା ଶ୍ରୀମତୀ ବଳ । ସେଠାରେ ପହଞ୍ଚି ସେ ନିଜେ ରକ୍ତ ଦେଇ ଜୀବନ ବଞ୍ଚାଇଥିଲେ ଚିକିତ୍ସିତ ହେଉଥିବା ମହିଳାଙ୍କର । ଏହି ମହାମାରୀ କରୋନା ସମୟରେ ରକ୍ତଦେଇ ସେ ସମଜାକୁ ଦିଗଦର୍ଶନ ଦେଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଗଲେ,  ରଘନାଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସପ୍ନ ସରିତା ବଳ । ତାଙ୍କର ଏହି ଭଳି କାମ ପାଇଁ ସେ ଆଜି ସାରା ଓଡ଼ିଶାରେ ଅନ୍ୟଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି । (ରିପୋର୍ଟ – ଲଷ୍ମୀଧର ଖୁଣ୍ଟିଆ )

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version